ଋଷ୍-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ବାବା ଭଙ୍ଗାଙ୍କ ଭବିଷ୍ୟବାଣୀ ଉପରେ ବଢ଼ୁଛି ବିଶ୍ୱାସ: ପୂରା ଦୁନଆରେ ରାଜ୍ କରିବ ଋଷ

ଦୃଷ୍ଟିହୀନ ଫକୀର ବାବା। ଅନେକ ଘଟଣାକୁ ନେଇ ସେ କହିଚନ୍ତି ଭବିଷ୍ୟବାଣୀ। ଯାହା ସତ ବି ହୋଇଛି। ଏବେ ତାଙ୍କର ଆଉ ଏକ ଭବିଷ୍ୟବାଣୀ ଉପରେ ସମସ୍ତଙ୍କ ନଜର। ଯେଉଁଥିରେ ବାବା ପୁଟିନଙ୍କ ବିଷୟରେ କହିଥିଲେ। ଯାହାକୁ ସେ ବହୁ ବର୍ଷ ପୂର୍ବରୁ ଭାବିଷ୍ୟବାଣୀ ଦେଇଥିଲେ। ଏମିତି ଏକ ସମୟ ଆସିବ ଋଷ୍ ପୂରା ଦୁନଆରେ କରିବ ରାଜ୍। ହେବେ ସବୁଠୁ ଶକ୍ତିଶାଳୀ।

ତେବେ ଋଷ୍-ୟୁକ୍ରେନ୍‌ ଯୁଦ୍ଧର ପରିଣାମ ଦେଖିଲେ ଏସବୁ ସତ ହେଉଥିବା ଜଣା ପଡ଼ୁଛି। ଭବିଷ୍ୟବାଣୀ ଉପରେ ବଢ଼ୁଛି ବିଶ୍ୱାସ। କାହିଁକିନା ଗୋଟେପଟେ ଋଷର ଆକ୍ରମଣ । ଅନ୍ୟପଟେ ୟୁକ୍ରେନ ବି ଯୁଦ୍ଧ ଭୂମିର ହଟିବାକୁ ନାରାଜ। ଏହାରି ମଧ୍ୟରେ ଫକୀର ବାବା ତଥା ବାବା ଭଙ୍ଗାଙ୍କ ଶହ ଶହ ବର୍ଷ ପୂର୍ବରୁ ସେ ଏମିତି କରିଥିଲେ ଭବିଷ୍ୟ ବାଣୀ।

ସୂଚନାଯୋଗ୍ୟ, ମୃତ୍ୟୁ ପୂର୍ବରୁ ବାବା ଭଙ୍ଗା ୫ହଜାରରୁ ଅଧିକ ଭବିଷ୍ୟବାଣୀ କରିଥିଲେ । ଯେଉଁଥିରେ ଆମେରିକାର୯/୧୧ ଆକ୍ରମଣ। ବାରକ ଓବାମାଙ୍କର ରାଷ୍ଟପତି ହେବା। ରାଜକୁମାରୀ ଡାୟନାଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ। ଥାଇଲାଣ୍ଡରେ ସୁନାମୀ। ୨୦୦୧ରେ ୱାର୍ଲଡ ଟ୍ରେଡ୍‌ ସେଣ୍ଟର ଉପରେ ଆକ୍ରମଣ ଓ କରୋନା ଭାଇରସ୍‌ ଭଳି କଥା ପୂରା ଦୁନିଆରେ ହୋଇଛି ସତ।

ବାବା ଭଙ୍ଗା ପୁଟିନ୍‌ ଙ୍କୁ ନେଇ ବି ଏମିତି କିଛି କଥା କହିଥିଲେ। ଯାହା ୟୁକ୍ରେନ୍‌-ଋଷ୍ ସମୟରେ ସତ ହେବା ଦେଖାଯାଉଛି। ବାବା ଭଙ୍ଗା କହିଥିଲେ, ଗୋଟେ ସମୟ ଆସିବ ଯେବେ ଆମେରିକାର ରାଜୁତି ହୋଇଯିବ ଶେଷ । ଆଉ ଋଷ୍‌ ପୂରା ଦୁନିଆରେ ରାଜୁତି କରିବ। ପୂରା ଦୁନିଆର ସାଜିବ ଶାସକ। ଋଷ୍‌ କୁ କେହି ରୋକି ପାରିବେନି। ଋଷ ପୂରାଦୁନିଆର ସାଜିବ ବାତ୍ସା। ଆଉ ୟୁକ୍ରେନ୍‌ ପାଲଟିଯିବ ମରୁଭୂମି। ବାବା ଭଙ୍ଗା ଲେଖକ ଭାଲେଣ୍ଟିନ୍‌ ସିଦୋରୌୱଙ୍କ ସହ ଏହି ବିଷୟରେ କରିଥିଲେ ଆଲୋଚନା।

୧୯୯୬ରେ ବାବାଙ୍କ ମୃତ୍ୟୁ ପୂର୍ବରୁ ସେ ଆଉ ଏକ ଚକିତ କଲା ଭଳି ଭବିଷ୍ୟବାଣୀ କରିଥିଲେ। ସେ କହିଥିଲେ ୫୦୭୯ରେ ଶେଷ ହୋଇଯିବ ଦୁନିଆ।

ତେବେ ଆସନ୍ତୁ ବାବାଙ୍କ ବିଷୟରେ କିଛି କଥା। ବୁଲଗେରିଆର ବାବା ଭଙ୍ଗା। ଜଣେ ମହିଳାଙ୍କ ନାଁ। ସେ ତାଙ୍କ ଭବିଷ୍ୟବାଣୀ ପାଇଁ ପ୍ରସିଦ୍ଧ। ତାଙ୍କ ଜନ୍ମ ୧୯୧୧ ହୋଇଥିବାବେଲେ ମୃତ୍ୟ ୧୯୯୬ ରେ ହୋଇଥିଲା। ତାଙ୍କୁ ପୂରା ନାଁ ବେଙ୍ଗେଲିଆ ଗୁସ୍ତେରୋଆ ଥିଲା। ସେ ଅନେକ ଭବିଷ୍ୟବାଣୀ କରିଥିଲେ । ଯାହା କି ହେଉଛି ସତ।

Related Posts