୨୦୧୯ରୁ ୨୦୨୨ ମଧ୍ୟରେ ୯୮୦ଟି ଭିଜିଲାନ୍ସ ମାମଲା ରୁଜୁ ହୋଇଛି: ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୨୦୧୯ରୁ ୨୦୨୨ ମଧ୍ୟରେ ୯୮୦ଟି ଭିଜିଲାନ୍ସ ମାମଲା ରୁଜୁ ହୋଇଛି। ତେବେ ଆଜି ବିଧାନସଭାରେ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏହା କହିଛନ୍ତି।

ସେ ଆହୁରି କହିଛନ୍ତି, ସେଥିରୁ ୩୧୬ ଜଣ ସରକାରୀ ଅଫିସର,୧୦ଜଣ ବ୍ୟବସାୟୀ ଓ ୨ ଜଣ ରାଜନେତାଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ ହୋଇଛି। ଏଥିରୁ ୩୩୬ଟି ମାମଲାର କୋର୍ଟ ବିଚାର ସରି ୧୮୨ ଜଣଙ୍କୁ ଦଣ୍ଡାଦେଶ ହୋଇଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts