ବାହାନଗା ଟ୍ରେନ ଦୁର୍ଘଟଣା: ରେଲୱେ ପକ୍ଷରୁ ୬୬୧ ଜଣଙ୍କୁ ୨୨.୬୬ କୋଟି କ୍ଷତିପୂରଣ ପ୍ରଦାନ

ଭୁବନେଶ୍ୱର,୯/୬(ସତ୍ୟପାଠ ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ଘଟି ଯାଇଥିବା ଟ୍ରେନ ଦୁର୍ଘଟଣାରେ ସରକାରୀ ତଥ୍ୟ ଅନୁସାରେ ୨୮୮ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୧୦୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ | ତେବେ ଦୁର୍ଘଟଣାରେ ମୃତାହତମାନଙ୍କ ପାଇଁ ଭାରତୀୟ ରେଲୱେ ପକ୍ଷରୁ ଅନୁକମ୍ପା ରାଶି ଘୋଷଣା କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ମୋଟ ୬୬୧ ଜଣଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଥିବା ସୂଚନା ମିଳିଛି | ମୋଟ ୬୬୧ ଜଣଙ୍କୁ ୨୨.୬୬ କୋଟି ଟଙ୍କା କ୍ଷତିପୂରଣ ଦିଆଯାଇଥିବା ସୂଚନା ଦେଇଛନ୍ତି ଦକ୍ଷିଣ-ପୂର୍ବ ରେଳବାଇ ର ସିପିଆରଓ ଆଦିତ୍ୟ ଚୌଧରୀ |

ସୂଚନା ଯୋଗ୍ୟ ଯେ, ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଓ ଆହତ ବ୍ୟକ୍ତିମାନଙ୍କୁ 5 ଲକ୍ଷ ଟଙ୍କା ଦେବାକୁ ରେଳବାଇ ପକ୍ଷରୁ ଘୋଷଣା କରାଯାଇଥିଲା |

Related Posts