‘ଏ କେମିତିକା ପ୍ରେମ?’: ରାହୁଲଙ୍କ ‘ମୋହବତ୍‌ କୀ ଦୁକାନ୍‌’ ମନ୍ତବ୍ୟକୁ ସମାଲୋଚନା କଲେ ସ୍ମୃତି ଇରାନୀ

ଭୁବନେଶ୍ୱର,୯/୬(ସତ୍ୟପାଠ ବ୍ୟୁରୋ): ‘ମୋହବତ୍‌ କୀ ଦୁକାନ୍‌’ ରାହୁଲ ଗାନ୍ଧୀଙ୍କ ଏହି ଉକ୍ତିଟି ତାଙ୍କ ଭାରତ ଜୋଡ ଯାତ୍ରା ଓ ସଦ୍ୟ ସମାପ୍ତ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ବେସ ଲୋକପ୍ରିୟ ହୋଇଥିଲା | ବିଜେପିର ଘୃଣା ବଜାରରେ ରାହୁଲ ମୋହବତ୍‌ ଅର୍ଥାତ ପ୍ରେମର ଦୋକାନ ଖୋଲିବାକୁ ଆହ୍ୱାନ ଦେଇଥିଲେ | ଏବେ ୧୦ ଦିନିଆ ଆମେରିକା ଗସ୍ତ ସମୟରେ ବି ରାହୁଲ୍‌ ସେଠାରେ ‘ମୋହବତ୍‌ କୀ ‌ଦୁକାନ୍‌’ ନାମରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇଛନ୍ତି। ରାହୁଲ୍‌ ଏଥିରେ କହିଛନ୍ତି, ବିଜେପି ଦେଶର ଜନସାଧାରଣଙ୍କୁ ଧମକ ଦେବା ସହିତ ସରକାରୀ ଏଜେନ୍‌ସିମାନଙ୍କର ଅପବ୍ୟବହାର କରୁଛି। ଦେଶରେ ଘୃଣା ଭାବ ସୃଷ୍ଟି କରୁଛି |

ତେବେ ରାହୁଲଙ୍କ ଏହି ମନ୍ତବ୍ୟକୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ | ଏ କେମିତିକା ପ୍ରେମ, ଯାହା ଦେଶ ପ୍ରତି ନୁହେଁ ବରଂ ନିଜ ରାଜନୀତି ପ୍ରତି ବୋଲି ସେ କହିଛନ୍ତି | ସେହିପରି ରାହୁଲ୍‌ଙ୍କ ‘ମୋହବତ୍‌ କୀ ଦୁକାନ୍’ ମନ୍ତବ୍ୟ ଉପରେ ସ୍ମୃତି ଇରାନୀ କହିଛନ୍ତି, ତାଙ୍କ ମୋହବତ୍‌ର (ପ୍ରେମ) ଅର୍ଥ କ’ଣ ହିନ୍ଦୁ ଜୀବନଯାପନ ଓ ପ୍ରଥାକୁ ପରିତ୍ୟାଗ କରିବା, ଶିଖ୍‌ମାନଙ୍କୁ ହତ୍ୟା କରିବା ଆଉ ଭାରତର ଗଣତନ୍ତ୍ରର କ୍ଷତି କରିବା ପାଇଁ ବିଦେଶୀ ହସ୍ତକ୍ଷେପ ଲୋଡ଼ିବା।

ସ୍ମୃତି ଆହୁରି କହିଛନ୍ତି ଯେ, ଆପଣ ‘ମୋହବତ୍’ କଥା କହିବା ବେଳେ ସେଥିରେ ରାଜସ୍ଥାନରେ ମହିଳା ଅପହରଣ କଥା ରହୁନାହିଁ। ଆପଣ ‘ମୋହବତ୍’ କଥା କହିବା ବେଳେ କ’ଣ ହିନ୍ଦୁ ଜୀବନଧାରା ପରିତ୍ୟାଗ କଥା କହୁଛନ୍ତି। ଆପଣ କହୁଥିବା ‘ମୋହବତ୍’ ଅର୍ଥ କ’ଣ ଭାରତକୁ ସ୍ଥାଣୁ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ସହିତ ଭାଗିଦାରି କରିବା। ଆପଣ ‘ମୋହବତ୍’ କଥା କହିବା ଅର୍ଥ କ’ଣ ନିଜ ଗଣତନ୍ତ୍ର ବ୍ୟବସ୍ଥାରେ ବାହ୍ୟ ଦେଶର ହସ୍ତକ୍ଷେପ କରିବା କହି ଶମୄଟି ରାହୁଲଙ୍କୁ ଟାର୍ଗେଟ କରିଛନ୍ତି।

ତେବେ ସ୍ମୃତି ଇରାନୀଙ୍କ ଏହି ମନ୍ତବ୍ୟ ପରେ ରାହୁଲ ଗାନ୍ଧୀ କିମ୍ବା କଂଗ୍ରେସ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ |

Related Posts