ଓଡିଶା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ସଚିବଙ୍କୁ ଭେଟିଲେ ଭାରତ ବାୟୋଟେକ ଚେୟାରମ୍ୟାନ

bharat baoteach

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ କୋରନା ସ୍ଥିତି ଆୟତ୍ତ୍ୱ ହେବାରେ ଲାଗିଛି । ଏପରିସ୍ଥଳେ ଭାରତ ବାୟୋଟେକ ଇଣ୍ଟରନ୍ୟାସନାଲ ଲିମିଟେଡର ଚେୟାରମ୍ୟାନ କୃଷ୍ଣ ଏଲା ଲୋକସଭା ଭବନରେ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ସଚିବ ମନୋଜ ମିଶ୍ରଙ୍କୁ ଭେଟିଛନ୍ତି । ତେବେ ଭୁବନେଶ୍ୱରସ୍ଥିତ ଅନ୍ଧାରୁଆରେ ଟିକା ଉତ୍ପାଦନ କାରଖାନାର କାର୍ଯ୍ୟ ଉପରେ ଏହି ବୈଠକରେ ଆଲୋଚନା ହୋଇଥିବାର ସୂଚନା ମିଳିଛି । ଅପରିପକ୍ଷରେ ମିଳିଥିବା ସୂଚନା ଅନୁସାରେ ରାଜ୍ୟ ସରକାର ଭୁବନେଶ୍ୱର ଉପକଣ୍ଠରେ ଅବସ୍ଥିତ ଅନ୍ଧାରୁଆରେ ଏକ ଟିକା ଉତ୍ପାଦନ ୟୁନିଟର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ।

ଏହା ଆସନ୍ତା ଜୁନ ୨୦୨୨ ସୁଦ୍ଧା ସମ୍ପୂର୍ଣ୍ଣ ହୋଇ କୋଭାକ୍ସିନ ଉତ୍ପାଦନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ଏଠାରେ କେବଳ ଭ୍ୟାକ୍ସିନ ଉତ୍ପାଦନ ନୁହେଁ ବରଂ ମ୍ୟାଲେରିଆ ଟୀକା ସହିତ ଆଉ ପ୍ରାୟ ଦଶ ପ୍ରକାର ଟୀକା ଉତ୍ପାଦନ କରାଯିବ ବୋଲି ସୂଚନା ମିଳିଛି । ଅନ୍ୟପଟେ ଯଦି ଆମେ ଦେଖିବା ତାହାଲେ ରାଜ୍ୟରେ ବର୍ତ୍ତମାନ କରୋନା ସ୍ଥିତି ଆୟତ୍ତ୍ୱ ହେବାରେ ଲାଗିଛି । ଏପରିକି ରାଜ୍ୟ ସରକାର କରୋନା କଟକଣାକୁ ଟିକେ କୋହଲ କରିଥିବାର ମଧ୍ୟ ଦେଖବା ପାଇଁ ମିଳିଥିଲା । ହେଲେ ସମସ୍ତ ଲୋକଙ୍କୁ କରୋନା କଟକଣା ମାନିବା ସହ ସଚେତନ ହେବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

ଯଦି କୋଭିଡ ନିୟମ ନମାନିଲେ ପୁଣିଥରେ ପୂର୍ବପରି ଲୋକଡାଉନ ଘୋଷଣା କରିବୁ ବୋଲି ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । ଅପରିପକ୍ଷରେ ଗତ ୨୪ ଘଣ୍ଟାମ ଧ୍ୟରେ ରାଜ୍ୟରେ ୧୩୪୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୮୩୫୨୩ରେ ପହଁଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କୁ ମଧ୍ୟରୁ ୭୭୫ ଜଣ କ୍ୱାରେଣ୍ଟାଇନରୁ ହୋଇଥିବା ବେଳେ ୫୬୭ ଜଣ ଲୋକାଲ କେସ ରହିଛନ୍ତି ।

Related Posts