କରୋନା ବିରୋଧରେ ଭାରତ ବାୟୋଟେକର ନାଜାଲ ଟିକାକୁ ମିଳିଲା ଜରୁରୀ ଅନୁମତି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ) ମହାମାରୀ କରୋନା ବିରୋଧରେ ଦେଶକୁ ମିଳିଛି ଆଉ ଏକ ଅସ୍ତ୍ର। ଏଣିକି କରୋନାକୁ ମାତ ଦେବ ନାଜାଲ ଟିକା। ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ବିରୋଧୀ ନାଜାଲ ଟିକା ବା ନାକରେ ପଡ଼ୁଥିବା ଟିକାକୁ ଆଜି ଭାରତ ସରକାର ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି।
ପ୍ରଥମଥର ପାଇଁ ଦେଶରେ କୌଣସି ନାଜାଲ କରୋନା ଟିକାକୁ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେଇଛି। ଏହାର ଅର୍ଥ ଆଉ ଲୋକଙ୍କୁ ଇଞ୍ଜେକସନ ଦ୍ୱାରା କରୋନା ଟିକା ନେବାକୁ ପଡ଼ିବ ନାହିଁ। ସେମାନେ ସାଧାରଣ ଟିକା ଭଳି ନାକରେ କରୋନା ଟିକା ନେଇ ପାରିବେ। ତେବେ ପ୍ରାଥମିକ ଅବସ୍ଥାରେ ଏହି ଟିକାକୁ କେବଳ ପ୍ରାପ୍ତ ବୟସ୍କମାନେ ହିଁ ନେଇ ପାରିବେ ବୋଲି ସୁଚନା ମିଳିଛି।

Related Posts