ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା: ଗିରଫ ୪ ଅଭିଯୁକ୍ତଙ୍କ ବିରୋଧରେ ହାଇକୋର୍ଟରେ ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ୍

କଟକ : ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ୍ ତଦନ୍ତ ଭାର ସମ୍ଭାଳିଥିବା ବେଳେ, ପକସୋ କୋର୍ଟରେ ଚାର୍ଜସିଟ ଦାଖଲ କରିଛି । ଗିରଫ ୪ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିସାରିଛି କ୍ରାଇମବ୍ରାଞ୍ଚ୍ । ଆଇପିସିର ୩୭୬ ଡିଏ, ୩୭୬(୨) ଏନ, ୫୦୬, ୩୪ ସହ ପକସୋ ଆକ୍ଟର ଧାରା ୬ ଅନୁଯାୟୀ ଚାର୍ଜସିଟ ପକସୋ କୋର୍ଟରେ ଦାଖଲ ହୋଇଛି।

ସେହିପରି ଏସମ୍ପର୍କିତ ରିପୋର୍ଟକୁ ଆଜି ସିଲ କଭର ଜରିଆରେ ହାଇକୋର୍ଟରେ କ୍ରାଇମବ୍ରାଞ୍ଚ ଦାଖଲ କରିଛି । କ୍ରାଇମବ୍ରାଞ୍ଚ ତଦନ୍ତ ଅନୁଯାୟୀ ମାମଲାରେ ଅନ୍ୟ କେହି ଅଭିଯୁକ୍ତ ସଂପୃକ୍ତ ନାହାନ୍ତି। ତେଣୁ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲା ଉପରେ ପୂର୍ଣ୍ଣଛେଦ ଟାଣିଛନ୍ତି ହାଇକୋର୍ଟ । ତେବେ ପିଡିତା କିମ୍ବା ତାଙ୍କ ପରିବାର ଚାହିଁଲେ ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି ।

Related Posts