ମୁମ୍ବାଇରୁ ଗାନ୍ଧିନଗର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୁମ୍ବାଇରୁ ଗାନ୍ଧିନଗର ପର୍ଯ୍ୟନ୍ତ ଚାଲୁଥିବା ଦେଶର ସବୁଠାରୁ ଦ୍ରୁତଗାମୀ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୁରୁବାର ସକାଳ ୧୧ଟା ୧୫ରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । କୁହାଯାଉଛି ଯେ ଟ୍ରେନ୍ ସାମ୍ନାକୁ କିଛି ମଇଁଷି ଚାଲି ଆସିବାରୁ ଟ୍ରେନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ବଟୱା ଷ୍ଟେସନରୁ ମଣିନଗର ଯାଉଥିବା ଏହି ଟ୍ରେନ୍ ସାମ୍ନାକୁ ମଇଁଷି ଚାଲି ଆସିଥିଲେ ଫଳରେ ଟ୍ରେନଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ଦୁର୍ଘଟଣା ଫଳରେ ଇଞ୍ଜିନର ଗୋଟିଏ ଭାଗ କ୍ଷତିଗ୍ରସ୍ତ ହୋଇଛି । ପଶ୍ଚିମ ରେଲୱେର ସିନିୟର ପିଆରଓ ଜେକେ ଜୟନ୍ତି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଏହି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଉଦଘାଟନ କରିଥିଲେ । ରେଲୱେର ପିଆରଓ ପ୍ରଦିପ ଶର୍ମା ଏନେଇ କହିଛନ୍ତି ଯେ, ଏହି ଦୁର୍ଘଟଣାରେ ବିଶେଷ କିଛି କ୍ଷତି ହୋଇନାହିଁ । ଟ୍ରେନ୍ ସେବାରେ କୌଣସି ବାଧା ଉପୁଜିନାହିଁ । ନିର୍ଦ୍ଧାରିତ ସମୟରେ ଟ୍ରେନ୍ ଚଳାଚଳ କରୁଛି ।

Related Posts