
ନୂଆଦିଲ୍ଲୀ: କର୍ଣ୍ଣଟକରେ ‘ଭାରତ ଯୋଡ଼ୋ ଯାତ୍ରା’ ପଥରେ ଦେଖିବାକୁ ମିଳିଛି ଏକ ରୋଚକ ଦୃଶ୍ୟ । କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଜଣେ ପିଲା ସହ ଦଣ୍ଡ ପକାଇଛନ୍ତି । ଏନେଇ ଏହାର ଏକ ଭିଡ଼ିଓ ‘ପଦଯାତ୍ରା’ ‘ଟୁଇଟର୍ ହ୍ୟାଣ୍ଡଲ୍’ରେ ପୋଷ୍ଟ୍ରେ ସେୟାର୍ ହେବା ପରେ ଭାଇରାଲ୍ ହୋଇଛି।
ତାଙ୍କ ସହିତ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି.କେ. ଶିବକୁମାର ଏବଂ ଦଳର ସାଧାରଣ ସମ୍ପାଦକ କେ. ସି. ବେଣୁଗୋପାଳ ମଧ୍ୟ ଦଣ୍ଡ ପକାଇଥିଲେ।
ସାମାଜିକ ଗଣମାଧ୍ୟମରେ ସେୟାର୍ ହେଉଥିବା ଉକ୍ତ ଭିଡିଓରେ ଦେଖାଯାଉଛି, ରାହୁଲ୍ ଗାନ୍ଧୀ ବାଟ ଚାଲୁଥିବା ବେଳେ ଗୋଟାଏ ବାଳକ ଆସି ତାଙ୍କ ସହିତ ଚାଲିବା ସମୟରେ ତାଙ୍କୁ ବାହୁବଳ ଦେଖାଉଛି। ତା’ପରେ ସେ ପିଲାଟି ରାହୁଲ୍ ଗାନ୍ଧୀଙ୍କୁ ଦଣ୍ଡ ପକାଇବାକୁ ଡାକୁଛି। ରାହୁଲ୍ ଓ ସେ ପିଲା ଦଣ୍ଡ ପକାଇବା ବେଳେ ଡି. କେ. ଶିବକୁମାର ଏବଂ କେ. ସି. ବେଣୁଗୋପାଳ ମଧ୍ୟ ସେମାନଙ୍କ ସହିତ ମିଶି ଦଣ୍ଡ ପକାଉଛନ୍ତି।
ଅଳ୍ପ ସମୟ ପର ପ୍ରଥମେ କେ. ସି. ବେଣୁଗୋପାଳ ଉଠିଯାଉଛନ୍ତି। ସବା ଶେଷରେ ଉଠୁଛନ୍ତି କେ. ସି. ବେଣୁଗୋପାଳ। କିନ୍ତୁ, ଭିଡିଓ ଦେଖିବା ପରେ କଂଗ୍ରେସ କର୍ମୀଙ୍କ ସମେତ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ଲକ୍ଷ୍ୟ କରିଛନ୍ତି କି, କେବଳ ରାହୁଲ୍ ଗାନ୍ଧୀଙ୍କ ଦଣ୍ଡ ପକାଇବା ଶୈଳୀ ସମ୍ପୂର୍ଣ୍ଣ ଠିକ୍। ପ୍ରତିକ୍ରିୟ ବ୍ୟକ୍ତ କରି ରଣଦୀପ ସୂର୍ଯ୍ୟେୱାଲା ଟୁଇଟ୍ କରିଛନ୍ତି: ଗୋଟିଏ ସଂପୂର୍ଣ୍ଣ ଏବଂ ଦୁଇଟି ଅପୂର୍ଣ୍ଣ ଦଣ୍ଡପକା!
ପିଲାଟି ମଧ୍ୟ ପୂର୍ଣ୍ଣଭାବେ ଦଣ୍ଡ ପକାଇ ପାରି ନ ଥିଲା। ଦଣ୍ଡପକା ଶେଷରେ ରାହୁଲ୍ ଗାନ୍ଧୀ ସେ ବାଳକ ସହିତ କରମର୍ଦ୍ଦନ କରୁଥିବା ଉକ୍ତ ଭିଡିଓରେ ଦେଖାଯାଉଛି