ଭୁବନେଶ୍ୱର କ୍ଲବର ନିର୍ବାଚନ ଫଳ ପ୍ରକାଶ: ଅସିତ ତ୍ରିପାଠୀ ଭୁବନେଶ୍ୱର କ୍ଲବ୍‌ର ସଭାପତି ଭାବେ ପୁନଃନିର୍ବାଚିତ

ଭୁବନେଶ୍ବର:ରାଜଧାନୀ କ୍ଲବର ପ୍ରକାଶ ପାଇଛି ନିର୍ବାଚନ ଫଳାଫଳ । ଭୁବନେଶ୍ବର କ୍ଲବକୁ ମିଳିଛି ନୂଆ ବସ୍ । ଅସିତ ତ୍ରିପାଠୀ ଭୁବନେଶ୍ବର କ୍ଲବ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।

ଲଗାତାର ଦ୍ବିତୀୟ ଥର ପାଇଁ ସଭାପତି ନିର୍ବାଚିତ ହୋଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ଏହାସହ ତାଙ୍କ ପ୍ୟାନେରର ମଧ୍ୟ ବିଜୟ ହୋଇଛି । 81.5 ପ୍ରତିଶତ ଭୋଟ ପାଇଛନ୍ତି ଅସିତ ତ୍ରିପାଠୀ ।

ବରିଷ୍ଠ ପ୍ରଶାସକ ଦିଲ୍ଲୀପ ରାଉତରାୟ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଯୁଗ୍ମ ସମ୍ପାଦକ ଭାବେ ଅଶୋକ ମିଶ୍ର ନିର୍ବାଚିତ ହୋଇଛନ୍ତି ।

Related Posts