ଭୁବନେଶ୍ବର: ରାଜଧାନୀରୁ ବ୍ରାଉନସୁଗାର ଜବତ । 400 ଗ୍ରାମର ବ୍ରାଉନସୁଗର ଜବତ କରିଛି କମିଶନରେଟ ପୋଲିସ । ଯାହାର ମୂଲ୍ୟ 40 ଲକ୍ଷ ଟଙ୍କା ହୋଇଥିବା ବେଳେ ୩ଜଣ ମାଫିଆଙ୍କୁ ଗିରଫ କରିଛି ପୋଲିସ । ଗିରଫ ତିନି ଅଭିଯୁକ୍ତ ହେଉଛନ୍ତି ଶେଖ ମୁନା, ଅଖାତାର ହୁସେନ ଓ ଇସମାଇଲ ଖାନ। ସମସ୍ତେ ବାଲେଶ୍ବରର ହୋଇଥିବା ଜଣାପଡିଛି ।

ଭୁବନେଶ୍ବରରେ ଦିନକୁ ଦିନ ନିଶାକାରବାର ବୃଦ୍ଧି ହେଉଥିବା ବେଳେ ମାଫିଆଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେବାରେ ଲାଗିଛି, ପୋଲିସ ଆଖିରେ ଧୂଳି ଦେଇ ନୂଆ ନୂଆ ପନ୍ଥା ଆପଣାଇ ବ୍ରାଉନସୁଗାର କାରବାର କରୁଛନ୍ତି ମାଫିଆ । ଏଥିରେ ମହିଳା ମାନେ ମଧ୍ୟ ସାମିଲ ରହୁଛନ୍ତି । ବ୍ରାଉନସୁଗାର କାରବାର ନେଇ ଅନେକ ସମୟରେ ପୋଲିସ ମହିଳା ଓ ପୁରୁଷ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ସୁଦ୍ଧା ମାଫିଆଙ୍କ ଉତ୍ପାତ କମିବାର ନା ଧରୁନି । ରାଜଧାନୀର ଗଳି କନ୍ଦିରେ ନିଶା କାରବାର କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି, ଅନେକ ସମୟରେ ଏହି ନିଶା ଖାଇ ଅପରାଧ ମଧ୍ୟ ଘଟାଉଛନ୍ତି ନିଶାଡି ।ଏହା ମଧ୍ୟ ପଢନ୍ତୁ-ବଲାଙ୍ଗୀରରେ ମ୍ୟୁନିସିପାଲଟି ମହିଳା କର୍ମଚାରୀଙ୍କୁ ହତ୍ୟା ! ତନାଘନା ଜାରିଏଥିରେ ରୋକ ଲଗାଇବାକୁ କମିଶନରେଟ ପୋଲିସ ଆରମ୍ଭ କରିଥିଲା ସ୍ପେଶିଆଲ ଡ୍ରାଇଭ । ଫଳରେ ନିଶା କାରବାର କରି ପୋଲିସ ଜାଲରେ ଛନ୍ଦି ହୋଇଯାଇଛନ୍ତି ଅନେକ ମାଫିଆ । ଚଳିତବର୍ଷ ସ୍ପେଶାଲ ଡ୍ରାଇଭରେ 750 ଗ୍ରାମ ବ୍ରାଉନସୁଗର ଜବତ ହୋଇଥିବାବେଳେ 32 ଜଣ ଗିରଫ ହୋଇଛନ୍ତି ସେହିପରି 16ଟି କେସ କରାଯାଇଛି । 2021 କମିଶନରେଟ ପୋଲିସ କଟକ ଓ ଭୁବନେଶ୍ୱରରୁ 12 କିଲୋ 500 ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା ।

ସେପ୍ଟେମ୍ବର ୮ ତାରିଖରେ ପଶ୍ଚିମବଙ୍ଗର ଜଣେ ବ୍ରାଉନସୁଗାର ବ୍ୟବସାୟୀକୁ ଗିରଫ ବାଲେଶ୍ବରରୁ ଗିରଫ କରାଯାଇଥିଲା । ବ୍ୟବସାୟୀ ନିକଟରୁ ୧ କୋଟି ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଥିଲା । ବାଲେଶ୍ବର ଅରଡି ବଜାର ନିକଟ ମସଜିଦ ଗଳିରେ ଲୁଚିଥିଲା ଏହି ବ୍ୟବସାୟୀ । ଖବର ପାଇଁ ଏସଟିଏଫ ଟିମ ରେଡ଼୍‌ କରି ଉକ୍ତ ବ୍ୟବସାୟୀକୁ ଅଟକ ରଖିବା ସହ ନିଶାଦ୍ରବ୍ୟ ଜବତ କରିଥିଲା। ରାଜ୍ୟ ବାହାରୁ ବ୍ରାଉନସୁଗାର ଆସି ତା’ ନିକଟରେ ପହଞ୍ଚୁଥିଲା ବୋଲି ଖବର ମିଳିଛି ।ଓଡି଼ଶାର‌ ବିଭିନ୍ନ ସ୍ଥାନକୁ ଏହି ନିଶାଦ୍ରବ୍ୟ ସେ ସପ୍ଲାଏ କରୁଥିଲା । ସେହିପରି ଗତ ୨୨ ତାରିଖ ଦିନ ବରଗଡ ଅବକାରୀ ବିଭାଗର ମହାନ୍ତିପଡ଼ା ଅଞ୍ଚଳରେ ବ୍ରାଉନସୁଗାର ବିକ୍ରି ପାଇଁ ଉଦ୍ୟମ କରୁଥିବା ବେଳେ ଜଣଙ୍କୁ ଗିରଫ କରିଥିଲା । ସହରର ମହାନ୍ତିପଡ଼ା ଅଞ୍ଚଳରେ ରାଜୁ ତାଣ୍ଡି ନାମକ ଯୁବକ ବ୍ରାଉନସୁଗାର ବିକ୍ରି ପାଇଁ ଉଦ୍ୟମ ଚଳାଇଥିଲା । ପରେ ରାଜୁ ପାଖରୁ ତିରିଶ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର 297 ଗ୍ରାମ ବ୍ରାଉନସୁଗାରକୁ ଜବତ କରିଥିଲେ ଅବକାରୀ ବିଭାଗ ।