ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ପ୍ରାୟତ ସାଧାରଣ ଲୋକଙ୍କ ସହ ଅତି ନିକଟତର ହେବାକୁ ଭଲ ପାଆନ୍ତି । କାହିିଁକିନା ଯେତେବେଳେ ସେ ଭ୍ରମଣରେ ଯାଆନ୍ତି ସେତେବେଳେ ସେ ଅନେକ ସାଧାରଣ ଲୋକଙ୍କ ସହିତ ସାକ୍ଷାତ କରୁଥିବାର ଫୋଟ ସାମ୍ନାକୁ ଆସିଥାଏ । ସେପଟେ ଆସନ୍ତା ବର୍ଷ ୨୦୨୩ ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ବସ୍ତର ଜିଲା ଚିତ୍ରକୋଟ ଅନ୍ତର୍ଗତ କିଲେପାଲ ଅଞ୍ଚଳ ପରିଦର୍ଶନ କରିବାକୁ ପହଞ୍ଚିଥିଲେ । ସେଠାରେ ଥିବା ଏକ ହାଟରେ ବୁଲିବା ସମୟରେ ଜଣେ ଦୋକାନୀ ଛତିଶଗଡ଼ୀ ଭାଷାରେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ତାଙ୍କ ଦୋକାନରୁ କିଛି କିଣିବା ପାଇଁ କହିଥିଲେ । ଏହା ପରେ ଭୂପେଶ ଉକ୍ତ ଦୋକାନକୁ ଯାଇଥିଲେ ।
ସେଠାରୁ ସେ ତାଙ୍କ ସ୍ତ୍ରୀଙ୍କ ପାଇଁ ଟିକିଲି, ସିନ୍ଦୂର ଏବଂ ମେହେନ୍ଦୀ କିଣିଥିଲେ । ଜିନିଷ କିଣିସାରି ଭୂପେଶ ପର୍ସରୁ ୫୦୦ ଟଙ୍କିଆ ନୋଟଟିଏ କାଢ଼ି ଦୋକାନୀଙ୍କୁ ଦେଇଥିଲେ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଅନ୍ୟପଟେ ୨୦୨୩ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଭେଟ-ମୁଲାକାତ ନାମରେ ଏକ ଅଭିଯାନ ଆରମ୍ଭ କରାଯାଇଛି । ଯେଉଁଥିରେ ରାଜ୍ୟର ୯୦ ଜିଲ୍ଲା ମୁଖ୍ୟମନ୍ତ୍ରୀ ପରିଦର୍ଶନ କରିବା ଯୋଜନା ରହିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।
