ଗୁଜରାଟର ମୋରବିରେ ବଡ ଅଘଟଣ: ଅଚାନକ ଭାଙ୍ଗି ପଡିଲା ନିର୍ମିତ କେବଲ ବ୍ରିଜ, ଖସି ପଡ଼ିଲେ ଅନେକ ଲୋକ

ନୂଆଦିଲ୍ଲୀ: ଗୁଜରାଟର ମୋରବିରେ ଘଟିଛି ଏକ ବଡ଼ ଅଘଟଣ। ରବିବାର ସନ୍ଧ୍ୟାରେ ଏହି ବଡ ଅଘଟଣ ଘଟିଯାଇଛି । ମଚ୍ଛୁ ନଦୀରେ ନିର୍ମିତ କେବଲ ବ୍ରିଜ ଅଚାନକ ଭାଙ୍ଗି ଯାଇଛି । ଫଳରେ ବ୍ରିଜ ଉପରେ ଥିବା ଅନେକ ଲୋକ ନଦୀକୁ ଖସି ପଡିଛନ୍ତି।

ଲୋକଙ୍କୁ ନଦୀରୁ ଉଦ୍ଧାର ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଏହାର ସୂଚନା ମିଳି ପାରିନାହିଁ ଯେ, ପୋଲ୍ ଭାଙ୍ଗିବାରୁ ନଦୀରେ କେତେ ଜଣ ଲୋକ ଖସିଛନ୍ତି।

କିନ୍ତୁ କୁହାଯାଉଛି ଯେ, ଦୁର୍ଘଟଣା ସମୟରେ ବଡ ସଂଖ୍ୟାରେ ଲୋକ ପୋଲରେ ଥିଲେ। ପୋଲିସ ଏବଂ ପ୍ରଶାସନ ସହିତ ସ୍ଥାନୀୟ ଲୋକ ବି ଉଦ୍ଧାର କାର୍ଯ୍ୟରେ ଜୁଟିଛନ୍ତି।

କୁହାଯାଉଛି କି ୫ ଦିନ ପୂର୍ବରୁ ଏହି ଝୁଲାପୋଲର ମରାମତି ହୋଇଥିଲା । ମରାମତି ପରେ ବି କେମିତି ଏତେ ବଡ ଦୁର୍ଘଟଣା ହେଲା ତାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବ୍ରିଜଟି ମଝିରୁ ଭାଙ୍ଗି ଯିବାରୁ ଲୋକମାନେ ନଦୀକୁ ଖସିପଡିଥିଲେ। ଉଦ୍ଧାରକାରୀ ଦଳ ଅନେକ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଅନ୍ୟ ଲୋକଙ୍କ ସନ୍ଧାନ ଜାରି ରହିଛି। ସମସ୍ତ ଲୋକଙ୍କୁ ନଦୀରୁ କାଢିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଜାରି ରହିଛି। ରବିବାର ଛୁଟି ଦିନ ଥିବାରୁ ଏଠାରେ ଲୋକଙ୍କ ପ୍ରବଳ ଭିଡ ଥିଲା।

Related Posts