ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ସୂଚନା । ଆସନ୍ତା ୧୮ ତାରିଖରେ ଖୋଲିବ ସ୍କୁଲ୍ ।ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସ୍କୁଲ ଛୁଟି ଅବଧି ବଢ଼ିବ କି ନାହିଁ, ସେ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିଲା। ତେବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ଏହା ଉପରେ ସମ୍ପୂର୍ଣ୍ଣ ବିରାମ ଲଗାଇଛନ୍ତି। ମନ୍ତ୍ରୀଙ୍କ କହିବା ଅନୁସାରେ, ଆସନ୍ତା ୧୮ ତାରିଖରେ ଖରା ଛୁଟିର ସମୟସୀମା ଶେଷ ହେଉଛି । ତେଣୁ ନିର୍ଦ୍ଧାରିତ ସମୟରେ ହିଁ ସ୍କୁଲ ଗୁଡ଼ିକ ଖୋଲିବ । ତେବେ ଆଗକୁ ଯଦି ଅସହ୍ୟ ଗରମ ହୁଏ, ପରିସ୍ଥିତିକୁ ଦେଖି ପରବର୍ତ୍ତୀ ସମୟରେ ବିଚାର କରାଯିବ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଛୁଟି ବଢ଼ାଇବା ନେଇ ସେମିତି କୌଣସି ଅଲଗା ନିଷ୍ପତ୍ତି ହୋଇନାହିଁ ।