ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ହିମାଚଳ ପ୍ରଦେଶ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟ୍କା ଲାଗିଛି। ରାଜ୍ୟ କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସମ୍ପାଦକ ଧରମପାଲ ଠାକୁର ଖାଣ୍ଡଙ୍କ ସମେତ ୨୬ ଜଣ କଂଗ୍ରେସ ନେତା ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି। ଯାହା କଂଗ୍ରେସ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି।
କଂଗ୍ରେସର ସମସ୍ତ ନେତା ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଓ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ସୁଧନ ସିଂହଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି।ଏହି ଅବସରରେ ଶିମଲାର ବିଜେପି ପ୍ରାର୍ଥୀ ସଞ୍ଜୟ ସୁଦ ମଧ୍ୟ ଉପସ୍ଥିତ ଥିଲେ।
ତେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ହିମାଚଳ ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ବିଜୟୀ ହେବା ନେଇ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ରାଜ୍ୟର ସାଧାରଣ ଜନତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିଶ୍ୱାସ କରୁଛନ୍ତି ବୋଲି ସେ କହିଛନ୍ତି।
ହିମାଚଳ ନିର୍ବାଚନକୁ ଆଉ ମାତ୍ର ଏକ ସପ୍ତାହରୁ କମ୍ ସମୟ ଅଛି। ଏଭଳି ସ୍ଥିତିରେ କଂଗ୍ରେସରୁ ଏତେ ସଂଖ୍ୟାରେ ନେତା ଦଳ ଛାଡିବା ଦଳ ଉପରେ ପ୍ରଭାବ ପକାଇପାରେ ବୋଲି କୁହାଯାଉଛି।
