ବିଜେପି ନେତା ତେଜିନ୍ଦର ପାଲ ସିଂଙ୍କୁ ବଡ଼ ଆଶ୍ୱସ୍ତି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେପି ନେତା ତେଜିନ୍ଦର ପାଲ ସିଂଙ୍କୁ ବଡ଼ ଆଶ୍ୱସ୍ତି । ତେବେ ଜୁଲାଇ ୫ ଯାଏଁ ତାଙ୍କର ଗିରଫଦାରି ଉପରେ କୋର୍ଟ ରହିତାଦେଶ ଲଗାଇଛନ୍ତି । ଜଷ୍ଟିସ ଚିତକାରା ଏହି ମାମଲାର ଶୁଣାଣି କରିଥିଲେ । ସେପଟେ ବଗ୍‌ଗାଙ୍କ ବିରୋଧରେ ଥିବା ମାମଲାରୁ ଖାରଜ ପାଇଁ ମଙ୍ଗଳବାର କୋର୍ଟରେ ବିଚାର ହେଉଥିଲା । ପଞ୍ଜାବ ସରକାରଙ୍କ ଓକିଲ ପୁନିତ ବାଲୀ ଏହାକୁ ବିରୋଧ କରିଥିଲେ । ସେ କହିଥିଲେ ଯେ, କିଏ ଆଇନଠୁ ଉର୍ଦ୍ଧ୍ୱରେ ନୁହଁନ୍ତି । ତଦନ୍ତ ଉପରେ ରହିତାଦେଶ ଲାଗୁ ହେବା କଥା ନୁହେଁ ।

ବଗ୍‌ଗା ତଦନ୍ତରେ ସାମିଲ ହେବା ଦରକାର । ତାଙ୍କ ବିରୋଧରେ ପୂର୍ବରୁ ୪ଟିଏଫଆଇଆର ରହିଛି ।ଏହାସହ ବଗ୍‌ଗାଙ୍କୁ ତଦନ୍ତ ପ୍ରକ୍ରିୟାରେ ସାମିଲ କରାଯାଉ, ତାଙ୍କୁ ଗିରଫ କରାଯିବ ନାହିଁ ବୋଲି ପଞ୍ଜାବ ସରକାରଙ୍କ ଓକିଲ କହିଥିଲେ । କୋର୍ଟ କହିଥିଲେ ଯେ, ହବିୟସ କର୍ପସ୍ ଆବେଦନରେ କେଉଁଠି ତଜିନ୍ଦର ପାଲ ସିଂଙ୍କ ବାବଦରେ ଉଲ୍ଲେଖ ନାହିଁ । କେବଳ ପୋଲିସ ଅଧିକାରୀଙ୍କ ବାବଦରେ ଉଲ୍ଲେଖ ରହିଛି । ଯଦି କେବଳ ପଚରାଉଚୁରା କରିବା ଜରୁରୀ ତେବେ ପଞ୍ଜାବର ବରିଷ୍ଠ ପୋଲିସ ଅଧିକାରୀ ବଗ୍‌ଗାଙ୍କ ଘରକୁ ଯାଇ ପଚରାଉଚୁରା କରିପାରିବେ ବୋଲି କୋର୍ଟ କହିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts