କଂଗ୍ରେସକୁ ବଡ଼ ଝଟକା; କଂଗ୍ରେସ ଛାଡ଼ି ଟିଏମସିରେ ଯୋଗଦେଲେ ଆସାମର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସକୁ ବଡ଼ ଝଟକା । ଆସାମର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରିପୁନ ବୋରା କଂଗ୍ରେସରୁ ଇସ୍ତଫା ଦେଇ ମମତା ବାନାର୍ଜୀଙ୍କ ରାଜନୈତିକ ଦଳ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ଏହା ମଧ୍ୟରେ ସବୁଠାରୁ ରୋଚକ କଥାଟି ହେଉଛି ଗୋଟିଏ ପଟେ ରାଜନୈତିକ ପରାମର୍ଶଦାତା ପ୍ରଶାନ୍ତ କିଶୋର ୨୦୨୪ ଲୋକଲଭା ନିର୍ବାଚନ ପାଇଁ ଯୋଜନା ଉପସ୍ଥାପନ କରିଛନ୍ତି ଆଉ ଗୋଟିଏ ପଟେ ଦଳର ବରିଷ୍ଠ ନେତା ନିଜ ଦଳ ଛାଡ଼ି ଟିଏମସିରେ ଯୋଗ ଦେଇଛନ୍ତି । ଯାହା ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି । ସେପଟେ ରିପୁନ ବୋରା ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ କଂଗ୍ରେସ ସହିତ ଯଡ଼ିତ ଥିଲେ। ସେ କଂଗ୍ରେସରେ ଥିବା ସମୟରେ ଜଣେ ରାଜ୍ୟସଭା ସାଂସଦ ଓ ଶିକ୍ଷା ମନ୍ତ୍ରୀଭାବେ ନିଜର ଦାୟିତ୍ୱ ସମ୍ପାଦନ କରିଛନ୍ତି।

ସେ ତାଙ୍କର ଇସ୍ତଫା ପତ୍ର ସୋନିଆ ଗାନ୍ଧୀଙ୍କୁ ଦେଇଛନ୍ତି। ସେଥିରେ ସେ ଆସାମର କଂଗ୍ରେସ ନେତାମାନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ କରିଛନ୍ତି। ସେ ଇସ୍ତଫା ପତ୍ରରେ କହିଛନ୍ତି କଂଗ୍ରେସ ନେତାମାନଙ୍କର ଗୋଟିଏ ଟିମ୍ ବିଜେପି ନେତାମାନଙ୍କ ବିରୋଧରେ ଲଢ଼ିବା ବଦଳରେ ସେମାନଙ୍କ ସହି ଗୁପ୍ତ ବୁଝାମଣା କରୁଛନ୍ତି । ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଇସ୍ତଫା ପତ୍ରରେ ରିପୁନ ବୋରା କହିଛନ୍ତି କଂଗ୍ରେସରେ ନେତୃତ୍ୱନେବା ପାଇଁ ମୋ ଉପରେ ଭରସା କରାଯାଇଥିବାରୁ ମୁଁ ଧନ୍ୟବାଦ ଦେବାକୁ ଚାହୁଁଛି । ସେ ଆହୁରି କହିଛନ୍ତି ଗତ କିଛିଦିନ ହେଲା ଭାରତୀୟ ଜନତା ପାର୍ଟି ସାଂପ୍ରଦାୟିତ ବିଭାଗିକରଣର ପ୍ରତୀକ ହୋଇଯାଇଛି। ଯାହାକି ଗଣତନ୍ତ୍ର, ସମ୍ବିଧାନ, ଧର୍ମ ନିରପେକ୍ଷତା ଓ ଦେଶ ପାଇଁ ବହୁତ କ୍ଷତି ପହଞ୍ଚାଇବ। ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts