ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବ କଂଗ୍ରେସକୁ ବଡ଼ ଝଟକା । ବିଜେପିରେ ସାମିଲ ହେଲେ ଚାରି ବରିଷ୍ଠ ନେତା । କିଛି ଦିନ ପୂର୍ବରୁ ପାର୍ଟିର ବରିଷ୍ଠ ନେତା ତଥା ହିନ୍ଦୁ ଚେହେରା ସୁନୀଲ ଜାଖଡ ବିଜେପିରେ ଯୋଗ ଦେଇଥିଲେ । ତେବେ ପଞ୍ଜାବର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ଗୁରପ୍ରୀତ ସିଂହ କାଙ୍ଗଡ, ବଲବୀର ସିଂହ ସିଦ୍ଧୁ, ରାଜକୁମାର ବେରକା, ସୁନ୍ଦର ଶାମ ଆରୋରା ଏବଂ ପୂର୍ବତନ ବିଧାୟକ କେବଲ ସିଂହ ଢିଲୋନ ଆଜି ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି । ସୁନୀଲ ଜାଖଡ ବିଜେପିରେ ଯୋଗ ଦେବା ପରେ କହିଥିଲେ ଯେ, ତାଙ୍କ ସଂସ୍ପର୍ଶରେ ଅନେକ କଂଗ୍ରେସ ନେତା ଅଛନ୍ତି ।
ସେମାନେ ବିଜେପିରେ ଖୁବ୍ ଶୀଘ୍ର ଯୋଗ ଦେବେ । ଆଉ ଆଜି ଉକ୍ତ ନେତା ସବୁ ପଦ୍ମ ଧରିଛନ୍ତି । ସେପଟେ ଚଳିତ ବର୍ଷ ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ଭୋଗିଥିଲା । ଅନେକ ବଡ ନେତା ବିଜେପିରେ ସାମିଲ୍ ହେବା ଖବର ଶୁଣି ପଞ୍ଜାବ କଂଗ୍ରେସର ମୁଖ୍ୟ ଅମରିନ୍ଦର ସିଂହ ରାଜା ଭଣ୍ଡିଂ କହିଛନ୍ତି ବିଜେପିରେ ସାମିଲ୍ ନେତାଙ୍କୁ ଶୁଭକାମନା । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।





