ଚର୍ଚ୍ଚାରେ ବିହାର ଭାଗଲପୁର ଜେଡିୟୁ ବିଧାୟକ ଗୋପାଳ ମଣ୍ଡଳ: ଭୋଜପୁରୀ ଗୀତରେ ବାର ଡାନ୍ସରଙ୍କ ସହ ଲଗାଇଲେ ଠୁମକା: ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ରିସେପସନ୍‌ ପାର୍ଟି ରେ ଝିଅଙ୍କ ସହ ନାଚିଲେ ବିହାର ଭାଗଲପୁର ଜେଡିୟୁ ବିଧାୟକ ଗୋପାଳ ମଣ୍ଡଳ | ଏବେ ତାଙ୍କ ନାଚିବାର ଭିଡିଓ ଭାଇରାଲ୍ ହେଉଛି | ଭୋଜପୁରୀ ଗୀତରେ ସେ ଠୁମ୍‌କା ଲଗାଉଥିବା ନଜର ଆସିଛନ୍ତି । ଏକ ବିବାହ ଭୋଜିରେ ଯୋଗଦେଇଥିଲେ ଗୋପାଳ ମଣ୍ଡଳ। ସେଠାରେ ନୃତ୍ୟଶିଳ୍ପୀଙ୍କୁ ନାଚିବାର ଦେଖି ସେ ନିଜକୁ ଅଟକାଇ ପାରିନଥିଲେ। ସେ ମଧ୍ୟ ତାଙ୍କ ସହ ନାଚିଥିଲେ। ଏହି ସମୟର ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ବାର ଡାନ୍ସରଙ୍କ ସହ ନାଚୁଛନ୍ତି ଗୋପାଳ ମଣ୍ଡଳ। ତାଙ୍କ ହାତ ଧରି ସେ ନାଚିବାକୁ ଯାଉଥିବା ଦେଖାଦେଇଛି। କିଛି ସମୟର ପରେ ସେ ଡ୍ୟାନ୍ସରଙ୍କ କେଶରେ ଲାଗୁଥିବା ମଧ୍ୟ ଦେଖିବାକୁ ମିଳିଛି।

ନାଚିବାକୁ ନେଇ ସେ ଅନେକ ଥର ଚର୍ଚ୍ଚା ସାଉଁଟିଛନ୍ତି ଗୋପାଳ ମଣ୍ଡଳ। ନୀକଟରେ ତାଙ୍କ ନାଚିବାକୁ ନେଇ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରଶ୍ନ କରିଥିଲେ। କିନ୍ତୁ ସେ ଗୀତ ବାଜିଲେ ନିଜକୁ ଅଟକାଇପାରନ୍ତି ନାହିଁ ବୋଲି କହିଛନ୍ତି। ତେଣୁ ସେ ନାଚିବାକୁ ବାହାରି ଯାଆନ୍ତି । ନିଜକୁ ଜଣେ କଳାକାର କୁହନ୍ତି ଗୋପାଳ ମଣ୍ଡଳ। କଳାକାର ମାନେ ଯେମିତି ନାଚିବାକୁ ପସନ୍ଦ କରନ୍ତି, ସେ ମଧ୍ୟ ନାଚିବାକୁ ପସନ୍ଦ କରୁଥିବା କହିଛନ୍ତି।

Related Posts