ରାଜ୍ୟରେ କଂଗ୍ରେସ ସଙ୍ଗଠନକୁ ଖୁବଶୀଘ୍ର ମଜବୁତ କରାଯିବ: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସର ସ୍ଥିତିକୁ ପୁଣିଥରେ ସୁଦୃଢ଼ କରିବା ପାଇଁ ରାଜସ୍ଥାନର ଉଦୟପୁରରେ ଚିନ୍ତନ ଶିବିର ଆୟୋଜିତ କରାଯାଇଛି । ସେପଟେ ନବସଙ୍କଳ୍ପ ଚିନ୍ତନ ବୈଠଳରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେବା ଅବସରରେ ଏଆଇସିସିର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ବାଦ୍ରା, କାର୍ଯ୍ୟକାରିଣୀ ସଦସ୍ୟ ଜନାର୍ଦ୍ଦନ ଦ୍ୱିବେଦୀ, ସଚିନ ପାଇଲଟ, କେ.ସି ଭେନୁଗୋପାଳ ଏବଂ ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ସହ ଓଡ଼ିଶା କଂଗ୍ରେସ ସଙ୍ଗଠନକୁ କିପରି ଅଧିକ ମଜଭୁତ ଓ ସଶକ୍ତ କରାଯିବ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ।

ପ୍ରିୟଙ୍କା ଗାନ୍ଧୀଙ୍କୁ ସ୍ୱତନ୍ତ୍ର ଭାବେ ସାକ୍ଷାତ କରି ଓଡ଼ିଶା ପ୍ରଦେଶ କଂଗ୍ରେସର ସଙ୍ଗଠନକୁ ଅଧିକ ମଜଭୁତ କରିବାକୁ ଆଲୋଚନା କରିଥିଲେ । ପ୍ରିୟଙ୍କା ଗାନ୍ଧୀ ଖୁବ ଶୀଘ୍ର ଓଡ଼ିଶା ଆସିବେ ଏବଂ ଓଡ଼ିଶାରେ ସଙ୍ଗଠନକୁ ମଜଭୁତ କରିବାକୁ ଅଧିକ ସମୟ ଦେବେ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts