ବିଝାଂରପୁର ଥାନା ବଗମରା ବାଲି ଘାଟରେ ଲିଜକୁ ନେଇ ବୋମାମାଡ ଘଟଣା: ଏସଆଇ କଣ୍ଡୁରି ଚରଣ ଦାସ ନିଲମ୍ବିତ

ଯାଜପୁର: ଯାଜପୁର ଜିଲ୍ଲା ବିଝାଂରପୁର ଥାନା ବଗମରା ବାଲି ଘାଟରେ ଲିଜକୁ ନେଇ ବୋମାମାଡ ଘଟଣା । ଏହି ଘଟଣାକୁ ନେଇ ଥାନା ଏସଆଇ କଣ୍ଡୁରି ଚରଣ ଦାସ ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ କରିଛନ୍ତି ଯାଜପୁର ଏସପି ରାହୁଲ ପିଆର ।

ଗତ ୧୯ ତାରିଖରେ ମୃତ ସୁରେନ୍ଦ୍ର ଦାସଙ୍କୁ ବୋମା ପିଙ୍ଗାଯାଇଥିବା ଅଭିଯୋଗ ପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ପରିବାର ଲାେକ ଅଭିଯୋଗ କରିଥିଲେ ।

ଫଳରେ କାର୍ଯ୍ୟରେ ଅବହେଳା ଲାଗି ଏସପି କାର୍ଯ୍ୟାନୁଷ୍ଠାନ ନେଇଥିବା ଅତିରିକ୍ତ ଏସପି ସୁଚନା ଦେଇଛନ୍ତି । ସୂଚନାଥାଉକି ଏହି ବୋମାମାଡ ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତେଜେନା ପ୍ରକାଶ ପାଇଥିଲା । ଦୋଷୀ କୁ ଗିରଫ କରିବା ପାଇଁ ଦାବି ହୋଇଥିଲା ।

Related Posts