ଗୌହାଟି ବିମାନବନ୍ଦରରେ ଅଭାବନୀୟ ଘଟଣା: 80 ବର୍ଷୀୟ ଦିବ୍ୟାଙ୍ଗ ବୃଦ୍ଧାଙ୍କୁ ଉଲଗ୍ନ କରି ତଲାସି ନେଲେ ସୁରକ୍ଷାକର୍ମୀ

ଗୌହାଟି: ଗୌହାଟି ବିମାନବନ୍ଦରରେ ଘଟିଛି ଏକ ଅଭାବନୀୟ ଘଟଣା । ସୁରକ୍ଷାକାଳୀନ ଯାଞ୍ଚ ସମୟରେ ଜଣେ 80 ବର୍ଷୀୟ ଦିବ୍ୟାଙ୍ଗ ବୃଦ୍ଧାଙ୍କୁ ଉଲଗ୍ନ କରି ତଲାସି ନିଆଯାଇଥିବା ଅଭିଯୋଗ ହୋଇଛି । ଏନେଇ ବୃଦ୍ଧା ଙ୍କ ଝିଅ ସିଆଇଏସଏଫ ମହିଳା ସୁରକ୍ଷାକର୍ମୀଙ୍କ ନାମରେ ଏପରି ଅଭିଯୋଗ ଆଣିଛନ୍ତି । ବୃଦ୍ଧା ଜଣଙ୍କ ନାଗାଲାଣ୍ଡରୁ ଦିଲ୍ଲୀ ଯାଉଥିବା ସମୟରେ ଏହି ଘଟଣା ଘଟିଛି । ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଘଟଣାଟି ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ବୃଦ୍ଧାଙ୍କ ଝିଅ ଡୋଲି କିକନ ଟ୍ବିଟ କରି ତାଙ୍କ ମାଆଙ୍କ ପାଇଁ ସାହାଯ୍ୟ ଲୋଡିଥିଲେ । ଟ୍ବିଟ କରି କିକୋନ କହିଛନ୍ତି, ମୋ ମାଆଙ୍କୁ ଗୌହାଟି ବିମାନବନ୍ଦରରେ ସିଆଇଏସଏଫ ସୁରକ୍ଷାକର୍ମୀମାନେ ଉଲଗ୍ନ କରି ତଲାସି ନେଇଛନ୍ତି । ସୁରକ୍ଷାକର୍ମୀମାନେ ତାଙ୍କ ନିତମ୍ବ ଅସ୍ତ୍ରୋପ୍ରଚାର ପ୍ରମାଣ ପାଇଁ ଏପରି କରିଥିଲେ । ମୋ ମାଆଙ୍କୁ ବସ୍ତ୍ର କାଢିବା ପାଇଁ ବାଧ୍ୟ କରିଥିଲେ । ଏହା କଣ ଜଣେ ବରିଷ୍ଠ ନାଗରିକଙ୍କୁ ଉତ୍ତମ ବ୍ୟବହାର ବୋଲି ପ୍ରଶ୍ନ କରିଥିଲେ ଡୋଲି କିକନ ।

ସେ ଆହୁରି କହିଛନ୍ତି, କେହି ସାହାଯ୍ୟ କରନ୍ତୁ । ଗୌହାଟି ବିମାନବନ୍ଦରରେ ମୋ ଝିଆରି ଯିଏକି ମୋ ମାଆଙ୍କ ଯତ୍ନ ନେଇଛନ୍ତି ତାଙ୍କୁ ହଇରାଣ କରାଯାଉଛି । ଅଭିଯୋଗ ଫର୍ମକୁ ମଧ୍ୟ ସେମାନେ ଛଡାଇ ନେଇଛନ୍ତି । ଘଟଣାକୁ ନେଇ ମୋ ମାଆ ବହୁତ ଚିନ୍ତିତ ହୋଇ ପଡିଛନ୍ତି । ଏହା ଅତନ୍ତ ନିନ୍ଦନୀୟ ବୋଲି କହିଛନ୍ତି କିକୋନ ।

Related Posts