ବୀରଭୂମ ହିଂସାକାଣ୍ଡ ଘଟଣା: ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଡାକିଲେ ରାଜ୍ୟପାଳ ଜଗଦୀପ ଧନଖଡ଼

ପଶ୍ଚିମବଙ୍ଗର ବୀରଭୂମ ହିଂସାକାଣ୍ଡ ଘଟଣା କୁ ନେଇ ଜୋର୍ ଧରିଛି ରାଜନୀତି । ଏହି ଘଟଣାକୁ ନେଇ ରାଜ୍ୟପାଳ ଜଗଦୀପ ଧନଖଡ଼ ଉଦ୍‌ବେଗ ପ୍ରକାଶ କରିବା ସହ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ରାଜ୍ୟପାଳ ଜଗଦୀପ ଧନଖଡ଼ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ଚିଠ ଲେଖିଛନ୍ତି। ରାଜ୍ୟପାଳଙ୍କ ବାଷଭବନରେ ଏହି ଆଲୋଚନା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି।

ରାଜ୍ୟପାଳ ତାଙ୍କ ଚିଠିରେ ହିଂସାକାଣ୍ଡକୁ ତୀବ୍ର ନିନ୍ଦା କରିବା ସହ ଘଟଣା ଚିନ୍ତାଜନକ ବୋଲି କହିଛନ୍ତି। ତେଣୁ ତୁରନ୍ତ ସମୟ ବାହାର କରି ଏ ସମ୍ପର୍କରେ ଆଲୋଚନା କରିବାକୁ ସେ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ, ନିକଟରେ ରାଜ୍ୟରେ ଘଟିଥିବା ଭୟଙ୍କର ହିଂସାକାଣ୍ଡ ଓ ପୋଡ଼ା ଜଳା ବ୍ୟାପକ ଅରାଜକତାକୁ ଦର୍ଶାଉଛି। ରାଜ୍ୟର ଦୁର୍ବଳ ଶାସନ ଆଇନ୍ ଶୃଙ୍ଖଳାକୁ ବିଗାଡ଼ି ଦେଇଛି। ତେଣୁ ରାଜଭବନରେ ଏହି ପ୍ରସଙ୍ଗରେ ଆଲୋଚନା ଜରୁରୀ ବୋଲି ରାଜ୍ୟପାଳ କହିଛନ୍ତି ।

ଅନ୍ୟପଟେ ମମତା ବାନାର୍ଜୀ ଏବେ ଦାର୍ଜିଲିଂ ଗସ୍ତରେ ଅଛନ୍ତି। ତେବେ ଘଟଣାରେ ତଦନ୍ତ କରୁଥିବା କେନ୍ଦ୍ରୀୟ ସଂସ୍ଥା ସିବିଆଇକୁ ରାଜ୍ୟ ସରକାର ସମସ୍ତ ସହଯୋଗ କରିବେ ବୋଲି ମମତା ବାନାର୍ଜୀ କହିଛନ୍ତି । କିନ୍ତୁ ଯଦି ସିବିଆଇ ବିଜେପିର ଇସାରାରେ କିଛି କରେ ତେବେ ଏହାକୁ ବିରୋଧ କରିବା ପାଇଁ ଦଳ ରାଜରାସ୍ତାକୁ ଓଲ୍ହାଇବ ବୋଲି ସେ ଚେତାବନୀ ଦେଇଛନ୍ତି ।

କଲିତା ହାଇକୋର୍ଟ ବୀରଭୂମ ହତ୍ୟା ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଛନ୍ତି। ଏପ୍ରିଲ ୭ ତାରିଖ ସୁଦ୍ଧା ଏହାର ଅଗ୍ରଗତି ରିପୋର୍ଟ ଦାଖଲ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

Related Posts