ମାନସ ସ୍ୱାଇଁ ହତ୍ୟା ଘଟଣା: ଦ୍ୱିତୀୟ ଦିନ ରିମାଣ୍ଡରେ ଶର୍ମିଷ୍ଠାଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା

ଭୁବନେଶ୍ବର: ବହୁଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଏବେ ପୋଲିସ ହାତରେ ଧରା ପଡ଼ିଛି । ଶର୍ମିଷ୍ଠା ଧରା ପଡିବା ପରେ ମୃତ୍ୟୁ ଘଟଣା ଉପରୁ ପରଦା ଉଠିବା ବାକି ରହିଛି । ତେବେ ଏହାରି ମଧ୍ୟରେ କ୍ରାଇମବ୍ରାଞ୍ଚ ଶର୍ମିଷ୍ଠା ଙ୍କୁ ରିମାଣ୍ଡରେ ନେଇଥିବା ବେଳେ, ଆଜି ଦ୍ୱିତୀୟ ଦିନ । ରିମାଣ୍ଡରେ ଶର୍ମିଷ୍ଠାଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା କରୁଛି । ଦ୍ୱିତୀୟ ଦିନରେ ଜେରାରେ ମୋମେରି ଚିପ୍ ଏବଂ ଘଟଣାରେ ଅନ୍ୟ କେଉଁ ବଡ ବଡିଆ ସାମିଲ ହୋଇଛନ୍ତି ସେନେଇ ପଚରାଉଚରା କରାଯିବ ।

ତେବେ ସିନ୍ ରିକ୍ରିଏସନ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ନଥିବା କ୍ରାଇମବ୍ରଞ୍ଚ ସୂତ୍ରରୁ ଜଣାପଡିଛି । ଶର୍ମିଷ୍ଠାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ୩ ସହଯୋଗୀଙ୍କୁ କ୍ରାଇମବ୍ରାଞ୍ଚ ଜେରା କରୁଛି । ଗତକାଲି କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟକୁ ଏମାନଙ୍କୁ ଅଣାଯିବା ପରେ ଘନ ଘନ ଜେରା ଚାଲିଛି । ସେଦିନ କଣ ଘଟିଥିଲା । କିପରି ଓ କାହିଁକି ସେମାନେ ମାନସ ସ୍ୱାଇଁ ଙ୍କୁ ହତ୍ୟ କଲେ, ସେନେଇ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ୍ ।

Related Posts