ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀରେ ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ବିଷ୍ଣୋଇ ଗ୍ୟାଙ୍ଗର ଗୁଳିମାଡ଼ । ବାଇକରେ ଆସିଥିବା ଦୁଇଜଣ ମୁଖାପିନ୍ଧା ଦୁର୍ବୃତ୍ତ ଜିମକୁ ଟାର୍ଗେଟ୍ କରି କେଇ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଛନ୍ତି। ଏହି ଘଟଣାରେ କେହି ଆହତ ହୋଇନଥିବା ବେଳେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। କୁଖ୍ୟାତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ଗୁଳିକାଣ୍ଡ ପାଇଁ ନିଜକୁ ଦାୟୀ କରିଛି।

ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ଅନିଲ ପଣ୍ଡିତ ସୋସିଆଲ ମିଡିଆରେ ପୋଷ୍ଟ କରି ଦାବି କରିଛି ଯେ ଗୁରୁ ରନ୍ଧାୱା ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନଙ୍କର ଅତି ନିକଟତର ହେଉଥିବାରୁ ଏହା ତାଙ୍କ ପାଇଁ ଏକ ଚେତାବନୀ ଥିଲା।

ଏହାସହ ଆଗକୁ ଶତ୍ରୁମାନଙ୍କ ଉପରେ ଏଭଳି ଆକ୍ରମଣ ଜାରି ରହିବ ବୋଲି ସେ ଧମକ ଦେଇଛି। ଦିଲ୍ଲୀ ପୋଲିସ ଘଟଣାସ୍ଥଳର ସିସିଟିଭି ଫୁଟେଜ୍ ଆଧାରରେ ଦୁର୍ବୃତ୍ତମାନଙ୍କକୁ ଚିହ୍ନଟ କରିବା ସହ ଜିମ୍ ଚଲାଉଥିବା ସ୍ଥାନୀୟ ମାଲିକଙ୍କୁ ପଚରାଉଚରା କରୁଛି।