ଭୁବନେଶ୍ଵର, (ସତ୍ୟପାଠବ୍ୟୁରୋ): MMDR ପ୍ରସଙ୍ଗକୁ ନେଇ ବିଜେଡି ବଡ଼ ଘୋଷଣା କରିଛି । MMDR ଆଇନ ପ୍ରତ୍ୟାହାର ନକଲେ ଅର୍ଥନୈତିକ ଅବରୋଧ କରିବ ଦଳ। ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି ଯେ, ୨୪ ବର୍ଷର ମୁଖ୍ୟମନ୍ତ୍ରୀ ଏବେକାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏ ବିଷୟରେ ଜଣାଇଲେ। ତାଙ୍କୁ ପ୍ରସ୍ତାବ ଦେଲେ। ହେଲେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ସୌଜନ୍ୟତା ଦୃଷ୍ଟିରୁ ଚିଠିର କୌଣସି ଉତ୍ତର ଦେଲେ ନାହିଁ । ଏମଏମଡିଆର ଆଇନ ସଂଶୋଧନ କରି ରାଜ୍ୟର ଅଧିକାର ଛଡାଇ ନେଲେ। ସର୍ବଦଳୀୟ ବୈଠକ ଓ ସ୍ଵତନ୍ତ୍ର ବିଧାନସଭା ଡାକିବାକୁ ନବୀନ ପରାମର୍ଶ ଦେଇଥିଲେ। ହେଲେ ବିଜେପି ତାହା ଶୁଣିଲା ନାହିଁ । ରାଜ୍ୟର ଖଣିଜ ସମ୍ପଦ କେନ୍ଦ୍ର ହାତକୁ ଚାଲିଗଲା । କେନ୍ଦ୍ର ହାତକୁ ସବୁ ଚାଲିଗଲେ ଓଡ଼ିଶାକୁ ପୁଞ୍ଜି ନିବେଶକାରୀ ଆସିବେ ତ ?
ଅରୁଣ ସାହୁ ପୁଣି କହିଛନ୍ତି ଯେ, ୨୦୦୫ ରୁ ୨୦୨୬ ଯାଏ ବାକିଆ ଲକ୍ଷେ ୨୦ ହଜାର କୋଟି ଟଙ୍କା ପାଇଥାନ୍ତା, ଓଡ଼ିଶା ହରାଇଲା। AG ନିଜେ କହୁଛନ୍ତି ଓଡ଼ିଶା କ୍ଷତିଗ୍ରସ୍ତ ହେବ। ୨୦୨୪ ସେପ୍ଟେମ୍ବରରେ ଯେତେବେଳେ ସୁପ୍ରିମକୋର୍ଟ ରାୟ ଆସିଥିଲା ଅର୍ଥ ଆଦାୟ ପାଇଁ ମୁଖ୍ୟମନ୍ତ୍ରୀ କାହିଁକି ବୈଠକ କଲେନି ? ଖଣି ଖଣିଜ ସମ୍ପଦ ଥିଲା ବୋଲି ପୁଞ୍ଜି ନିବେଶକାରୀ ଓଡ଼ିଶା ଆସୁଥିଲେ। କିନ୍ତୁ ସେ କ୍ଷମତା ଯେତେବେଳେ କେନ୍ଦ୍ର ସରକାର ପାଖକୁ ଗଲା ସେତେବେଳେ ଆଉ ପୁଞ୍ଜିନିବେଶକାରୀ ସଂସ୍ଥା ରାଜ୍ୟକୁ ଆସିବେ ତ ? ତେଣୁ ରାଜ୍ୟପାଳଙ୍କ ଜରିଆରେ ଆମେ ଜଣାଇ ଦେଇଛୁ। ଏମଏମଡିଆର ଆଇନ୍ ପ୍ରତ୍ୟାହାର ନହେଲେ ଅର୍ଥନୈତିକ ଅବରୋଧ, ବାଣିଜ୍ୟିକ ଅବରୋଧ, ଆନ୍ଦୋଳନ କରାଯିବ।