ବିଜେପି ପରେ ବିଜେଡିର ଘୋଷଣା; ରାଜ୍ୟର ସବୁ ଆସନରେ ଏକା ଲଢିବା ନେଇ ପୋଷ୍ଟ କଲେ ବବି

 ଭୁବନେଶ୍ୱର,୨୨/୩(ସତ୍ୟପାଠ ବ୍ୟୁରୋ): ଆଗାମୀ ନିର୍ବାଚନରେ ସବୁ ସିଟ୍‌ରେ ଲଢ଼ିବ ବିଜେଡି । ମେଣ୍ଟ ଚର୍ଚ୍ଚା ଉପରେ ବିଜେପି ପୂର୍ଣ୍ଣଚ୍ଛେଦ ପକାଇବା ପରେ, ବିଜେଡି ବି ଏକାକୀ ଲଢ଼ିବ ବୋଲି ସ୍ପଷ୍ଟ କରିଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପୋଷ୍ଟ ପରେ, ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ସୋସିଆଲ ମିଡିଆରେ ଏହି ପ୍ରସଙ୍ଗରେ ପୋଷ୍ଟ କରିଛନ୍ତି। ବିଜେଡି ସମସ୍ତ ଆସନରେ ଲଢ଼ିବ ବୋଲି ପୋଷ୍ଟ କରିଛନ୍ତି ବବି ।

ବବି ଲେଖିଛନ୍ତି, ବିଜେଡି ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭାରେ ଲଢ଼ିବ ଏବଂ ଲୋକଙ୍କ ସମର୍ଥନ ନବୀନଙ୍କ ନେତୃତ୍ୱରେ ତିନି ଚତୁର୍ଥାଂଶ ସିଟ୍ ପାଇବୁ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ପ୍ରଣବ ପ୍ରକାଶ ଦାସ ।

ତେବେ ଏହା ପୂର୍ବରୁ ବେଶ୍ କିଛି ଦିନ ଧରି ବିଜେପି-ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା, ଆକଳନ, ସସ୍ପେନ୍ସ ଉପରେ ଏକଦମ୍ ଫୁଲଷ୍ଟପ୍। ଏକାଠି ନୁହେଁ ରାଜ୍ୟରେ ଏକାକି ଲଢ଼ିବ ବିଜେପି। ଆଜି ଅପରାହ୍ଣରେ ସୋସିଆଲ ମିଡିଆରେ ପୋଷ୍ଟ କରି ଏଥର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ନିର୍ବାଚନ ଲଢ଼ିବ ବୋଲି କହିଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସମାଲ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏକ ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ଗଠନ ଲାଗି ବିଜେପି ଏଥର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ।

Related Posts