
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିନିକା ଏନଏସି ନିର୍ବାଚନରେ ବାଜି ମାରିଛି ବିଜେଡି । ମୋଟ୧୨ଟି ୱାର୍ଡରୁ ୧୧ଟିରେ ଜିତିଛି ବିଜେଡି । ସେପଟେ ବିଜେପି ଗୋଟିଏ ୱାର୍ଡରେ ବିଜୟୀ ହୋଇଛି କ୍ଷ ତେବେ ବିଜେଡି ପ୍ରାର୍ଥୀ ସୁବାସ ଚନ୍ଦ୍ର ଭୋଇ ୨୮୧୨ ଖଣ୍ଡ ଭୋଟରେ ବିଜୟୀ ହେଇଛନ୍ତି କ୍ଷ ବିନିକା ଏନଏସି ଅଧ୍ୟକ୍ଷ ଭାବରେ ବିଜେଡିର ସୁବାଷ ଚନ୍ଦ୍ର ଭୋଇ ବିଜୟୀ ହେବା ପରେ ୧୨ ଗୋଟି ୱାର୍ଡର ସମସ୍ତ ଜନତାଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।
ଏନଏସିର ସମସ୍ତ ଅଧୁରା କାର୍ୟ୍ୟକୁ ଖୁବ୍ କମ୍ ସମୟରେ ମଧ୍ୟରେ ଶେଷ କରିବା ଉପରେ ଗୁରୁତ୍ଵ ଦିଆଯିବ ବୋଲି କହିଛନ୍ତି କ୍ଷ ଏହାସହିତ ସବୁବେଳେ ସମସ୍ତଙ୍କ ସୁଖ ଓ ଦୁଃଖର ସାଥୀ ହୋଇ ରହିବେ ବୋଲି କହିଛନ୍ତି । ଏଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।