ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୮ ବିଧାୟକଙ୍କ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଦାବି କଲା ବିଜେଡି । ତେବେ ଗଣମାଧ୍ୟମକୁ ସୂଚନା ଦେଇ ବରିଷ୍ଠ ବିଜେଡି ନେତା ଅରୁଣ ସାହୁ କହିଛନ୍ତି ଯେ, ସମ୍ବିଧାନବିତ ଓ ଆଇନ ବିଶେଷଜ୍ଞଙ୍କ ସହ ଆଲୋଚନା ପରେ ନିର୍ଯ୍ୟାସ ଆସିଲା ଯେ ଯେଉଁମାନେ ଦଳର ନେତୃତ୍ୱ ଓ ଦଳୀୟ ସମ୍ବିଧାନକୁ ବିରୋଧ କରିଛନ୍ତି । ସେମାନଙ୍କ ସଭ୍ୟ ପଦ ଖାରଜ ହୋଇପାରିବ। ଦଳ ବିରୋଧ କାମ ନକରିବା ନେଇ ବିଜେଡି ସମ୍ବିଧାନରେ ଅଛି। ଏହି ୮ ବିଧାୟକ ଅନ୍ୟ ପ୍ରାର୍ଥୀଙ୍କୁ ରାଜ୍ୟସଭା ନିର୍ବାଚନରେ ଭୋଟ ଦେଇଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ନିର୍ବାଚନର ଦୁଇ ଦିନ ପୂର୍ଵରୁ ହ୍ୱିପ୍ ଜାରି କରିଥିଲେ ଯେ, କୌଣସି ବିଧାୟକ ମୁଖ୍ୟାଳୟ ଛାଡିବନି ଓ ଦଳୀୟ ବୈଠକରେ ଯୋଗ ଦେବେ। ଯାହା ସେମାନେ କରିନାହାନ୍ତି ବୋଲି କହିଛନ୍ତି । ୨୦୧୭ ଡିସେମ୍ବର ୪ରେ ଶରଦ ଯାଦବଙ୍କ ରାଜ୍ୟସଭା ପଦ ରବ୍ଦ ହୋଇଥିଲା। କାରଣ ସେ ଦଳ ବିରୋଧୀ ମନ୍ତବ୍ୟ ଦେବା ସହ ଦଳ ବିରୋଧରେ କାମ କରିଥିଲେ। ସୁପ୍ରିମକୋର୍ଟ ବି ତାଙ୍କ କ୍ଷେତ୍ରରେ କହିଥିଲେ ଯେ, ସେ ଦଳୀୟ ଅନୁଶାସନ ନଥିଲେ। ତେଣୁ ପଦ ଗଲା। ସିମଲାରେ ବି ୬ ଜଣ ବିଧାୟକଙ୍କ ପଦ ଖାରଜ ହୋଇଥିଲା। ବିଜେଡି ନେତୃତ୍ୱ ବିରୋଧରେ ସର୍ବସମ୍ମୁଖରେ କହିବା ହିଁ ନିଜ ଆଡୁ ଦଳ ଛାଡିବା ସହ ସମାନ। ଆର୍ଟିକିଲ୍ ୧୯୧ର ୧୦ମ ଅନୁଛେଦ ଅନୁସାରେ ସେମାନଙ୍କ ପଦ ଖାରଜ ହୋଇପାରିବେ। ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବିଜେଡି ପକ୍ଷରୁ ମୁଖ୍ୟ ସଚେତକ ଭାବେ ମୁଁ ବାଚସ୍ପତିଙ୍କୁ ଲେଖିଛି ଯେ, ଯେଉଁ ୮ ବିଧାୟକ ଦଳ ବିରୋଧୀ କାମ କରିଛନ୍ତି। ସେମାନଙ୍କ ଦଳରେ ରହିବାର ଆବଶ୍ୟକ ନାହିଁ। ତେଣୁ ନିଲମ୍ବନ ହୋଇଛନ୍ତି। ତୁରନ୍ତ ସଭ୍ୟ ପଦରୁ ବିଦା ହୁଅନ୍ତୁ ନ ହେଲେ ନିଜ ଆଡୁ ପଦ ଛାଡ଼ନ୍ତୁ। ଯଦି ସେମାନେ ଲୋକପ୍ରିୟ, ଉପନିର୍ବାଚନକୁ ଆସନ୍ତୁ ବୋଲି କହିଛନ୍ତି ।