ମହଙ୍ଗା ପଡିଲା ମାଜିଷ୍ଟ୍ରେଟଙ୍କୁ ମାଡ ! ପ୍ରଦୀପ ମହାରଥୀ ଗିରଫ

ସତ୍ୟପାଠ ବ୍ୟୁରୋ : ପ୍ରଦୀପ ମହାରଥୀ ଗିରଫ । ମହାରଥୀଙ୍କୁ ଗିରଫ କଲା ପିପିଲି ଥାନା ପୁଲିସ । ଫ୍ଲାଇଂ ସ୍କ୍ୱାର୍ଡ ମାଜିଷ୍ଟ୍ରେଟ ଓ ଏସଏସଟି ଟିମକୁ ପିଟିବା ମାମଲାରେ ତାଙ୍କୁ ଗିରଫ କରାଯାଇଛି । ମହାରଥୀଙ୍କ ନାମରେ ସଂଗୀନ ଦଫା ଲଗାଇଛି ପୁଲିସ । ତାଙ୍କ ବିରୋଧରେ ଦଫା- ୩୦୭, ୩୫୩, ୩୪୧, ୩୩୨, ୧୪୭, ୧୪୮, ୧୪୯ , ୧୭୧ (ବି) ଓ ଲୋକ ପ୍ରତିନିଧୀ ଆଇନ ୧୨୩ ଧାରାରେ ତାଙ୍କୁ ଗିରଫ କରାଯାଇଛି । ମାଡ ଖାଇଥିବା ମାଜିଷ୍ଟ୍ରେଟଙ୍କ ବୟାନ ଓ ଏସଏସଟି ଟିମର ଭିଡିଓଗ୍ରାଫି ଅନୁସାରେ ମହାରଥୀଙ୍କୁ ଗିରଫ କରିଛି ପୁଲିସ ।

ଅଭିଯୋଗ ମୂତାବକ, ପିପିଲି ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ହୁଙ୍କେଇପୁର ସ୍ଥିତ ଫାର୍ମ ହାଉସରେ ଭୋଜି ଚାଲିଥିବା ବେଳେ ସେଠାରେ ଟଙ୍କା ଓ ମଦ ବଂଟା ଯାଉଥିବା ଖବର ପାଇ ଫ୍ଲାଇଂ ସ୍କ୍ୱାର୍ଡର ଦୁଇଟି ଟିମ୍ ସେଠାକୁ ଯାଇଥିଲେ । ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଫାର୍ମ ହାଉସରେ ଚଢ଼ାଉ କରିବାକୁ ପଂହଚିବା ପରେ ସେଠାରେ ମହାରଥୀ ଓ ତାଙ୍କ କର୍ମୀମାନେ ସ୍କ୍ୱାର୍ଡ ଉପରକୁ ଆକ୍ରମଣ କରିଥିବା ସ୍କ୍ୱାର୍ଡ ଲିଡର ମାଜିଷ୍ଟ୍ରେଟ ରବି ନାରାୟଣ ପାତ୍ର ଅଭିଯୋଗ କରିଥିଲେ ।

Related Posts