ଅଭିଷେକ ଆଚାର୍ଯ୍ୟ
ବିଜେଡ଼ି ଇତିହାସ ରେ ଦଳ ଓ ଦଳପତିଙ୍କ ସ୍ୱାର୍ଥ ଓ ଭାବମୂର୍ତ୍ତି ଉପରକୁ ବିପଦ ଆସିଲେ ବଡ ବଡ ଭୋଟବଳୀ ନେତାଙ୍କୁ କିଭଳି କଣ୍ଡମ ଭଳି ଫୋପାଡି ଦିଆଯାଏ ଏହାର ଯେଉଁ ଲମ୍ବା ଚିଠା ରହିଛି ସେଥିରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଙ୍କ ନାଁ ଟା ବି ଯୋଡ଼ା ହୋଇଗଲା। ନିଲମ୍ବନ ପରେ ଦଳ ଫୁଲ୍ ଦମ୍ ରେ ଜଗଦେବ ଙ୍କୁ ବ୍ୟବହାର କଲା। ଯେତେବେଳେ ବିଜେପି ଘେରିଲା ସେବେ ମୁଖପାତ୍ର ସିନାଚୋରୀ ଡାଇଲଗ ଶୁଣାଇଦେଲେ, ଯେ ପ୍ରଶାନ୍ତ ଜଗଦେବ ଦଳର କେହି ନୁହଁ, ସିଏ ବହିଷ୍କୃତ ହେଇସାରିଛନ୍ତି। କିନ୍ତୁ ସତ୍ୟପାଠ ରେ ଆମେ BJD ର ଏହି ସମ୍ପୂର୍ଣ ଅହିଂସା ଓ ଅପମିଶ୍ରଣ ରହିତ ଚାଲ୍ ବାବଦରେ ଅଳ୍ପ କିଛି ପ୍ରମାଣ ଉପସ୍ଥାପନ କରିବୁ। ଯାହାକି ବିଜେଡି ର ଚାଲାକି କୁ ଧରିବା ପାଇଁ ଯଥେଷ୍ଟ।
ଶନିବାର ଦିନ ବାଣପୁରରେ ଯେଉଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା ସେ ଘଟଣା ସଭିଙ୍କୁ ଜଣା। ହେଲେ ଘଟଣା ପରେ ଯେଉଁ ରାଜନୀତି ରଙ୍ଗ ଧରିଲା ତାହା ନିଶ୍ଚିତ ଭାବେ ସମସ୍ତଙ୍କୁ ଭଲ ଭାବେ ଜଣା ନାହିଁ।
ପୋଲିସ ଉପସ୍ଥିତିରେ ପ୍ରଶାନ୍ତ ଜଗଦେବ ଙ୍କ ଗାଡ଼ିକୁ ଆକ୍ରମଣ, ସିଏ ଲୋକଙ୍କ ଉପରେ ଗାଡ଼ି ଚଢ଼େଇ ମାରିବାକୁ ଉଦ୍ୟମ, ଲୋକେ ବିଧାୟକଙ୍କୁ ଉତ୍ତମ ମଧ୍ୟମ ଦେବା ଏ ଘଟଣାର ପୋଷ୍ଟମର୍ଟମ ଚା ଖଟିଠୁ, ପଲିଟିକାଲ ପାର୍ଟି ଅଫିସ ଠୁ ଟିଭି ଚ୍ୟାନେଲ ସବୁଠି ଚାଲିଛି।

ତେବେ ଏହା ଭିତରେ ବିଜେଡି ଯେଉଁ ଶୁଦ୍ଧ, ସଫେଦ ଓ ସମ୍ପୂର୍ଣ୍ଣ ଶାକାହାରୀ ରାଜନୀତି ଟେ କରିଦେଲା ତା ଉପରେ ମିଡିଆ ଯେତିକି ନଜର ପକେଇବା କଥା ସେତେଟା କରିନାହିଁ। ଅବଶ୍ୟ ଏହାକୁ ଚାପିବା ନେଇ ମିଡିଆ ର ବି ମାୟା ରହିଛି। ପ୍ରସଙ୍ଗ ଟି ହେଲା, ପ୍ରଶାନ୍ତ ଜଗଦେବ ଙ୍କୁ ନେଇ ବିଜେଡି ଓ ପ୍ରଶାସନ ଏଭଳି ପ୍ରତିକ୍ରିୟା ପ୍ରକାଶ କରି ନଥାନ୍ତେ ଯଦି ଘଟଣା ପୌର ନିର୍ବାଚନ ପରେ ଘଟିଥାନ୍ତା। ଅସଲରେ ଘଟଣା ଟି ଅଡ଼ୁଆ ସମୟରେ ଘଟିଲା। ବିଜେପି କୁ ପୁରା ମଉକା ମିଳିଗଲା ବିଜେଡିକୁ ଘେରିବାକୁ। ମାତ୍ର BJD ର ଡ଼୍ୟାମେଜ କଣ୍ଟ୍ରୋଲ ମ୍ୟାନେଜରଙ୍କ ସବୁ ବେଳେ ଗୋଟିଏ ସୂତ୍ର ହେଲା ଯଦି ବିଜେପି ଡାଳେ ଡାଳେ ଯିବ ତ BJD ଶିରେ ଶିରେ ଯିବ। ସେହି ଯୋଜନାରେ ଯେବେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ସାମ୍ବାଦିକ ସମ୍ମୀଳନୀରେ ଜଗଦେବ ଙ୍କୁ ବିଜେଡି ପୂର୍ଣ୍ଣ ସୁରକ୍ଷା ଦେଉଛି ବୋଲି ଅଭିଯୋଗ କଲେ। ପ୍ରଶାନ୍ତ ଜଗଦେବ ଙ୍କୁ ନିଲମ୍ବନ ଆଢ଼ୁଆଳରେ BJD ଦଳୀୟ କାର୍ଯ୍ୟରେ ତାଙ୍କୁ ନିୟୋଜିତ କରୁଛି ବୋଲି ମଧ୍ୟ ଅଭିଯୋଗ କଲେ। ସେତିକିବେଳେ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ମାର୍କେଟକୁ ଖବରଟା ଛାଡ଼ି ଦିଆଗଲା ଯେ ପ୍ରଶାନ୍ତ ଜଗଦେବ ଙ୍କୁ ବିଜେଡି ବହୁ ଆଗରୁ ଦଳରୁ ବହିସ୍କାର କରିସାରିଛି। ବିଜେଡି ଭଲ ଭାବେ ଜାଣିଛି ଜଗଦେବ ଙ୍କ ନାଁକୁ ଦଳ ସହିତ ଯୋଡି କି ବିଜେପି ମୁଦ୍ଦା କୁ ଆହୁରି ଜୋରଦାର କରିବ କାରଣ ପୌର ନିର୍ବାଚନରେ ତାକୁ ସେତିକି ଫାଇଦା ମିଳିବାର ସମ୍ଭାବନା ରହିଛି।

ତେଣୁ ବିଜେପି କୁ କାଉଣ୍ଟର କରିବାପାଇଁ ରବିବାର ଦିନ ବିଜେଡି ଗୋଟିଏ ଦିନରେ ଦୁଇ ଦୁଇଟା ହେଭିୱେଟ୍ ନେତାଙ୍କୁ ମିଡିଆ ସାମନାରେ ଛିଡ଼ା କରାଇଲା। ପ୍ରଥମେ ପୁରୀ ସାଂସଦ ପୀନାକ ମିଶ୍ର ଓ ତା ପରେ ସାଂସଦ ସସ୍ମିତ ପାତ୍ର। ବିଜେଡି ଆଶା କରୁ ନ ଥିଲା ଯେ ପ୍ରଶାନ୍ତ ଜଗଦେବ ଙ୍କ କୀଳା ଟା ହଠାତ୍ ଏଭଳି ଦଳ ଉପରକୁ ଆସିବ ବୋଲି। ତେଣୁ ପୁରୁଣା ଘଟଣାରେ ଜଗଦେବ ଙ୍କୁ ନିଲମ୍ବନ ନୋଟିସ ଧରେଇ ଦେଇ ପଂଚାୟତ ନିର୍ବାଚନ ରେ ତାଙ୍କୁ ଦଳୀୟ କାମରେ ଲଗେଇଦେଇ ଥିଲା। ଚିଲିକା ନିର୍ବାଚନ ମଣ୍ଡଳୀ ର ପୁରା ପଂଚାୟତ ନିର୍ବାଚନ ରେ ବିଜେଡି ର ସବୁ କଥା ପ୍ରଶାନ୍ତ ଜଗଦେବ ହିଁ ବୁଝୁଥିଲେ। ଯୁଆଡ଼େ ଦେଖିବ ବିଜେଡି ର ସବୁ କାମ, ପ୍ରାର୍ଥୀ ଦେବା, ବିଜେଡି ପ୍ରାର୍ଥୀମାନଙ୍କ ନାମାଙ୍କନପତ୍ର ଦାଖଲ ବେଳେ ଦଳୀୟ ପ୍ରାର୍ଥୀଙ୍କ ସହ ରହିବା। ଚିଲିକା ମଣ୍ଡଳୀରେ ବିଜେଡି ର ଏଭଳି ଗୋଟିଏ ବ୍ୟାନର, ପୋଷ୍ଟର, ଲିଫଳେଟ୍, ଫ୍ଲେକ୍ସ ଓ ପୁସିଂ କାର୍ଡ ପାଇବେ ନାହିଁ ଯେଉଁଥିରେ ନବୀନ ପଟ୍ଟନାୟକ, ବବି ଦାସ ଙ୍କ ସହ ପ୍ରଶାନ୍ତ ଜଗଦେବ ଙ୍କ ଫୋଟୋ ନ ଥିବ। ବିଜେଡି ର କ୍ୟମ୍ପେନିଂ ର ମଙ୍ଗୁଆଲ ଥିଲେ ପ୍ରଶାନ୍ତ। ଦଳର ମିଟିଁ, ଇଟିଁ ସବୁଠି ଆଗରେ ଥିଲେ ଜଗଦେବ।

କିନ୍ତୁ ଯେତେବେଳେ ପ୍ରଶାନ୍ତ ଙ୍କ ବିଜେଡି ଲିଙ୍କ କୁ ବିଜେପି ନେତା ଜୋରଦାର ଉଛାଲିଲେ ସେତେବେଳେ ବିଜେଡି ର ଚେତା ପଶିଲା। ସସ୍ମିତ ଓ ପୀନାକୀ କହିଦେଲେ କି ନିଲମ୍ବନ ର ୩ ମାସ ପରେ ଆପଣାଛାଏଁ ଜଗଦେବ ଦଳରୁ ବହିଷ୍କୃତ ହୋଇ ସାରିଛନ୍ତି। ନୀୟମାନୁଯାୟୀ ଏହା ହୋଇଥାଇପାରେ। ମାତ୍ର BJD bhali eka ବିଶାଳ ଆଞ୍ଚଳିକ ଦଳରେ କଣ ଚିଲିକାରେ କହି ନେତା ନ ଥିଲେ ପଂଚାୟତ ନିର୍ବାଚନ ବୁଝିବା ପାଇଁ? ଜଣେ ବହିଷ୍କୃତ ନେତାଙ୍କୁ ରାଜନୈତିକ ଫାଇଦା ପାଇଁ କାହିଁକି ଦଳ ନିର୍ବାଚନ ରେ ଭରପୁର ବ୍ୟବହାର କରୁଥିଲା? ବିଜେଡି ର ମୁଖପାତ୍ର ସସ୍ମିତ ପାତ୍ର ଠିକ କହିଛନ୍ତି – ଗଣତନ୍ତ୍ର ରେ ହିଂସାର ସ୍ଥାନ ନାହିଁ, କିନ୍ତୁ ଭୋଟ ପାଇଁ ବିଜେଡି ରେ ହିଂସ୍ର ନେତାଙ୍କ ସ୍ଥାନ ବରାବର ଅଛି।
