ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିପାରନ୍ତି ବିଜେଡି ସୁପ୍ରିମୋ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିପାରନ୍ତି ବିଜେଡି ସୁପ୍ରିମୋ । ସେପଟେ ପ୍ରସନ୍ନ ଆଚାର୍ଯ୍ୟ, ଏନ ଭାସ୍କର ରାଓ ଏବଂ ସସ୍ମିତ ପାତ୍ରଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବା ପରେ ତିନୋଟି ଆସନ ପାଇଁ ନିର୍ବାଚନ ହେଉଛି । ଏହି ୩ଟି ଆସନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ ଆସନ୍ତା ୩୧ ତାରିଖ ରହିଛି । ସେହିପରି ମେୟର ଭାବେ ବିଜୟୀ ହେବା ପରେ ସୁବାଶ ସିଂ ରାଜ୍ୟ ସଭା ଏମପି ପଦରୁ ଇସ୍ତଫା ଦେଇଥିଲେ ।

ସୁବାସଙ୍କ ଇସ୍ତଫା ପରେ ଏହି ଆସନରେ ଉପ ନିର୍ବାଚନ ହେବାକୁ ଯାଉଛି । ଏଥିଲାଗି ଜୁନ ୨ ତାରିଖ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ । ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ୪ଟି ଯାକ ଆସନ ବିଜେଡି ଅକ୍ତିଆର କରିବା ନିଶ୍ଚିତ । ତେବେ କେଉଁ ଚାରି ଜଣଙ୍କୁ ନବୀନ ଦିଲ୍ଲୀ ଦରବାରକୁ ପଠାଇବେ ସେ ଉପରୁ ପରଦା ଉଠିନାହିଁ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚ ହୋଇ ଉଠିଛି ।

Related Posts