ଯାଜପୁରରେ ବିଜେଡିର ବଡ଼ ବିଜୟ; ୩୯ ଜୋନରୁ ୨୨ଟିରେ ବିଜେଡି ପ୍ରାର୍ଥୀ ବିଜୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଚାଲିଛି । ତେବେ ଏଥର ଶାସକ ବିଜେଡି ଦଳ ବିରୋଧୀଙ୍କୁ ପଛରେ ପକାଇ ଆଗକୁ ବଢ଼ିବାରେ ଲାଗିଛି । ଏପରିକି ଅନେକ ସ୍ଥାନରେ ବିରୋଧୀ କଂଗ୍ରେସ ଓ ବିଜେପି ତାଙ୍କର ଖାତା ମଧ୍ୟ ଖୋଲିପାରି ନାହାନ୍ତି । ଏହା ମଧ୍ୟରେ ଯାଜପୁର ଜିଲ୍ଲାର ଜିଲ୍ଲା ପରିଷଦ ଆସନର ଦ୍ବିତୀୟ ଦିନ ଗଣତି ଫଳାଫଳ ସାମ୍ନାକୁ ଆସିଛି। ଏଥିରେ ୧୨ଟି ଜିଲ୍ଲା ପରିଷଦ ସବୁ ଆସନରୁ ବିଜେଡି ବିଜୟୀ ହୋଇଛି। ଜିଲ୍ଲାରେ ମୋଟ ୩୯ ଜୋନରୁ ୨୨ଟି ଜୋନରେ ବିଜେଡି ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ସେପଟେ ବିରୋଧୀ ବିଜେପି ଓ କଂଗ୍ରେସ ଖାତା ଖୋଲି ନାହାନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ବଡଚଣାର ୧୭ ନମ୍ବର ଜୋନରେ ଗଣେଶ୍ବର ବରାଳ ୬୩୮୫ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି । ବଡଚଣାର ୧୮ ନମ୍ବର ଜୋନରେ ସସ୍ମିତା ମହାନ୍ତି ୫୫୫୫ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି । ସେହିପରି ବରୀର ୨୨ ନମ୍ବର ଜୋନରେ ଦିଲିପ କୁମାର ମହାନ୍ତି ୮୬୭ଟି ଭୋଟ ବ୍ୟବଧାନରେ ଜିତିଛନ୍ତି ।

ବିଂଝାରପୁରର ୨୬ ନମ୍ବର ଜୋନରେ ନନ୍ଦ କିଶୋର ସାମଲ ୧୦୩୭୫ ବ୍ୟବଧାନରେ ଜିତିଛନ୍ତି । ଦାନଗଦିର ୮ ନମ୍ବର ଜୋନରେ ଟିନା ହାଇବ୍ରୁ ୩୭୬୨ ବ୍ୟବଧାନରେ ଜିତିଛନ୍ତି । ଦଶରଥପୁରର ୫ ନମ୍ବର ଜୋନରେ ମନସ୍ବିନୀ ଦାସ ୧୦୪୭୪ ଟି ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି । ଧର୍ମଶାଳାର ୧୨ ନମ୍ବର ଜୋନରେ ପ୍ରଣତୀ ଲେଙ୍କା ୭୫୨୬ ଭୋଟ ବ୍ୟବଧାନରେ ଜିତିଛନ୍ତି । ସେହିପରି ଧର୍ମଶାଳାର ୧୩ ନମ୍ବର ଜୋନରେ ସ୍ମୃତିରେଖା ବେହେରା ୧୨୩୧୬ ଭୋଟ ବ୍ୟବଧାନରେ ଜିତିଛନ୍ତି । ଯାଜପୁରର ୩୦ ନମ୍ବର ଜୋନରେ ସୁନିତା ରାଉତ ୧୪୪୨୨ ଭୋଟରେ ଜିତିଛନ୍ତି । କୋରେଇର ୨ ନମ୍ବର ଜୋନରେ ଉମାକାନ୍ତ ମାଝି ୬୯୨୧ ଭୋଟ ବ୍ୟବଧାନରେ ଜିତିଛନ୍ତି । ରସୁଲପୁରର ୩୪ ନମ୍ବର ଜୋନରେ ମମତା ଖୁଣ୍ଟିଆ ୭୪୭୯ ବ୍ୟବଧାନରେ ଜିତିଛନ୍ତି । ସେହିପରି ସୁକିନ୍ଦାର ୩୮ ନମ୍ବର ଜୋନରେ ସାଧୁଚରଣ ଟୁୟୁ ୪୦୩୬ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି ।

Related Posts