ପୁଲିସଙ୍କୁ ମୋହରା ସଜାଇ ବିଜେପି ଯୁବମୋର୍ଚ୍ଚା ଉପରେ ଆକ୍ରମଣ କରିଛି ବିଜେଡି: ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର,୧/୩(ସତ୍ୟପାଠ ବ୍ୟୁରୋ): ସମସ୍ତ ରାଜନୈତିକ ଦଳର ଆନ୍ଦୋଳନ କରିବାର ଅଧିକାର ରହିଛି। ସେହିଭଳି ଗତକାଲି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ ଚାଲିଥିଲା । ସେ ସମୟ ରେ କିଛି ପୋଲିସମାନଙ୍କୁ ମୋହରା ସଜାଇ ବିଜେଡି ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣ କରାଯାଇଥିଲା। ପୁରୁଷ ପୋଲିସ ମହିଳା କାର୍ଯ୍ୟକର୍ତ୍ତାଙ୍କୁ ଖରାପ ଆଚରଣ କରିଥିବା କହି ଆଜି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜ।

ସେ ଅହୁରି କହିଛନ୍ତି ଯେ, ବିଜେଡି ଆଜି ଏକ ହାସ୍ୟାସ୍ପଦ ମନ୍ତବ୍ୟ ଦେଇଛି । କହିଛି ଜଣେ ବ୍ୟକ୍ତିଙ୍କର ରାଜନୈତିକ ନ୍ୟସ୍ତ ସ୍ୱାର୍ଥକୁ ପୂରଣ କରିବା ପାଇଁ ଏପରି ଆନ୍ଦୋଳନ କରାଯାଇଛି । ମୁଁ ବିଜେଡିକୁ ପ୍ରଶ୍ନ କରୁଛି ବିଜୁ ଜନତା ଦଳ ପ୍ରବକ୍ତାମାନେ ସେହି ବ୍ୟକ୍ତିଙ୍କ ର ନାଁକୁ ଉଠାଉ ନାହାନ୍ତି କାହିଁକି । ସେ ବ୍ୟକ୍ତିଙ୍କ ନାଁ ଧରିବାକୁ ଭୟ କରୁଛନ୍ତି କି ? ପରବର୍ତ୍ତୀ ସମୟ ରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୪ ଘଣ୍ଟା ପରେ ବି କାହିଁକି ମୁହଁ ଖୋଲୁ ନାହାନ୍ତି । ଯାହାକି ଅତ୍ୟନ୍ତ ହାସ୍ୟାସ୍ପଦ । ଏବଂ ସେମାନେ ନିଜର ରାଜନୈତିକ ଅପରି ପକ୍ୱତାର ପ୍ରମାଣ ଦେଉଛନ୍ତି । ଗୃହ ବିଭାଗ ଅଧିନର ଘଟଣା ଏହା । ଗୃହ ବିଭାଗର ମନ୍ତ୍ରୀ କି ଗୃହ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ପଦୁଟିଏ ଏ ବିଷୟରେ କହି ନାହାନ୍ତି । କିନ୍ତୁ ସେମାନେ କେନ୍ଦ୍ରମନ୍ତ୍ରୀଙ୍କଠୁ ସ୍ପଷ୍ଟୀକରଣ ଚାହୁଁଛନ୍ତି ।

ପୋଲିସ ଯୁବ ମୋର୍ଚ୍ଚା କର୍ମୀଙ୍କୁ ଆକ୍ରମଣ କରିବା ପରେ ତାଙ୍କ ପ୍ରବକ୍ତା କହୁଛନ୍ତି ପୋଲିସ ଭଲ ଭାବେ ସିଚୁଏସନ ହ୍ୟାଣ୍ଡଲ କଲା। ମୁଁ ପ୍ରଶ୍ନ କରୁଛି ଏଇଟା କଣ ଭଲ ଭାବେ ହ୍ୟାଣ୍ଡେଲ। ମୁଥା ମାରି, ସାଧା ପୋଷାକ ପିନ୍ଧା ଅଜଣା ଲୋକ ଯାହାକୁ ଆମେ ବିଜୁ ଜନତା ଦଳର ଗୁଣ୍ଡା ଭାବୁଛୁ ସେ ଯେଉଁ ଭଳି ଯୁବ ମୋର୍ଚ୍ଚାର କର୍ମୀଙ୍କ ପେଟକୁ ଲାତ ମାରିବା ଏଇଟା ବୋଧେ ତାଙ୍କର ଭଲ ହ୍ୟାଣ୍ଡେଲ। ଯେତେବେଳେ ଶାସକ ଦଳ ଅକଳରେ ପଡୁଛି ଆଡୁଆରେ ପଡୁଛି ତାକୁ ଉତ୍ତର ରଖିବାର ଆବଶ୍ୟକତା ରହୁଛି ସେବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଠାଉଛନ୍ତି। କେନ୍ଦ୍ର ମନ୍ତ୍ରୀ କଣ। ଓଡିଶା ପାଇଁ ତାଙ୍କ ଅବଦାନ କ’ଣ ସାରା ଓଡିଶା ବାସୀ ଜାଣିଛନ୍ତି। ତାଙ୍କୁ ଏହି ଘଟଣା ରେ ଟାଣି ବିଜୁ ଜନତା ଦଳ ନିଜର ରାଜନୈତିକ ଅପରିପକ୍ୱତାର ପରିଚୟ ଦେଇଛି ।

ସେହିପରି ବିଜେପି କର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ଆମେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଚାହୁଁଛୁ ବୋଲି ସେ କହିଛନ୍ତି। ଓଡିଶାର ଯୁବକଙ୍କୁ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଧମକ ଦେଉଛି । କହୁଛି ବିକ୍ଷୋଭ କଲେ ତାଙ୍କର ଏକାଡେମିକି କ୍ୟାରିୟର କୁ ନଷ୍ଟ କରୁଛନ୍ତି । ମୋର ପ୍ରଶ୍ନ ରହିବ ବିଜେପି ସରକାର ନିଯୁକ୍ତି ଦେବାରେ ଅପାରଗ ସାଜିଛନ୍ତି । ଓଡ଼ିଶାର ବେକାରୀ ହାର ଜାତୀୟ ସ୍ତରରେ ଲଜ୍ୟା ଜନକ ସ୍ଥିତିରେ ରହିଛି । ଆପଣ ମାନେ ହିଁ ଓଡ଼ିଆ ଯୁବକଙ୍କ ଭାଗ୍ୟକୁ କୁଠାରଘାତ କରୁଛନ୍ତି । ଆପଣଙ୍କ ସାର୍ଟିଫିକେଟକୁ ଓଡିଆ ଯୁବକ ଆବଶ୍ୟକ କରୁ ନାହାନ୍ତି । ପରୋକ୍ଷରେ ଧମକ ଦେଇ ଓଡ଼ିଆ ଯୁବକଙ୍କ ଆନ୍ଦୋଳନତ୍ମକ ମନୋବୃତ୍ତିକୁ ଯଦି ଚପେଇ ଦେବାକୁ ଚାହୁଁଛନ୍ତି ଯୁବମୋର୍ଚ୍ଚା କେବେ ବି ଚୁପ ବସିବନି । ଆହୁରି ଆଗକୁ ଯିବ ଯୁବ ମୋର୍ଚ୍ଚା । ଗତକାଲି ପିଏମଜି ସ୍କୋୟାରକୁ ଚାଇନାର ଏକଛତ୍ରବାଦୀ ଶାସକଙ୍କ ପରି ତିଆନମେନ ସ୍କୋୟାରର ରୂପ ଦେବା ପାଇଁ ଶାସକ ଦଳ ମନ ବଳାଇ ଥିଲା। ତାହାକୁ ଆମେ କରାଇ ଦେବୁ ନାହିଁ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି।

Related Posts