ପଦ୍ମପୁରରୁ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ସମାଲୋଚନାର ଜବାବ୍ ରଖିଲା ବିଜେଡି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି। ତେବେ ଆଜି ଶେଷ ଦିନରେ ବିଜେପିର ପ୍ରଚାର ମଙ୍ଗ ଧରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେବେ ପ୍ରଚାର ବେଳେ ବିଜେଡିକୁ ଓ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ଜୋରଦାର କଟାକ୍ଷ କରିଥିଲେ। ମୁଖ୍ୟମନ୍ତ୍ରୀ ୨ ବର୍ଷା ହେଲା ବିଧାନସଭାରୁ ସନ୍ନ୍ୟାସ ନେଇଥିଲେ ହେଲେ ଏବେ ପଦ୍ମପୁର କାହିଁକି ଆସିଲେ ବୋଲି ସେ ପ୍ରଶ୍ନ କରିଥିଲେ। ଏହାସହିତ ଜିଲ୍ଲା ଘୋଷଣା ନେଇ ପ୍ରତିଶ୍ରୁତି ବାବଦରେ ମଧ୍ୟ ସେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ। ତେବେ ଧର୍ମେନ୍ଦ୍ରଙ୍କ କଟାକ୍ଷ ନେଇ ଏବେ ଜବାବ ରଖିଛି ବିଜେଡି । ଦଳର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ପ୍ରେସମିଟ୍ କରି କଡା ଜବାବ ଦେଇଛନ୍ତି । ସସ୍ମିତ କହିଛନ୍ତି ଯେ, ପ୍ରଥମ ରାଜ୍ୟ ଭାବେ ସମସ୍ତ ଓଡିଶା ଠିକା କର୍ମଚାରୀଙ୍କୁ ସ୍ଥାୟୀ କରିଛି । ତେବେ କେନ୍ଦ୍ର କାହିଁକି ଠିକା କର୍ମଚାରୀଙ୍କୁ ସ୍ଥାୟୀ କରିପାରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଭଲ କାମ କଲେ କାହିଁକି ଆପଣ ଗ୍ରହଣ କରିପାରୁନାହାନ୍ତି ବୋଲି ସସ୍ମିତ ପଚାରିଛନ୍ତି । ଏହା ଛଡା କାହିଁକି ପଦମପୁରରେ ଚାଷୀଙ୍କୁ ଫସଲ ବୀମ ରେ ବିଳମ୍ବ ହେଲା ତାର ଉତ୍ତର ରଖାଯାଉ ବୋଲି ଦାବି ହୋଇଛି । ସସ୍ମିତ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଚାପ ପରେ ଫସଲ ବୀମା ମିଳିଲା । ସେହିଭଳି ପଦମପୁର ରେଳଲାଇନ ବିଷୟରେ କାହିଁକି ମୁହଁ ଖୋଲିଲେନାହିଁ ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି । ସସ୍ମିତ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ ଆହୁରି କହିଛନ୍ତି ଯେ, ପଦ୍ମପୁରରେ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀଙ୍କୁ କେବଳ କଟାକ୍ଷ କରିବା ବ୍ୟତୀତ ଆପଣ କିଛି ଆଉ କଲେନାହିଁ । ଫସଲ ବୀମାଠୁ ନେଇ ରେଳ ଲାଇନ୍ ପର୍ଯ୍ୟନ୍ତ ସମସ୍ତ ପ୍ରସଙ୍ଗରେ ନିଜ ଭାଷଣରେ କେନ୍ଦ୍ରମନ୍ତ୍ରୀ କାହିଁକି ଜବାବ ରଖିଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

Related Posts