‘ବାଂଲାଦେଶ ଚାଲିଯାଅ’; ହିନ୍ଦୁଙ୍କୁ ନେଇ ବଦରୁଦ୍ଦୀନଙ୍କ ବିବାଦୀୟ ବୟାନର ଜବାବ୍ ଦେଲେ ଆସାମ ବିଜେପି ବିଧାୟକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସାମ ବିଜେପି ବିଧାୟକ ଦିଙ୍ଗାତ କଲିତା ଶନିବାର ବଦରୁଦ୍ଦୀନ ଅଜମଲଙ୍କ ବିବାଦୀୟ ଟିପ୍ପଣୀ ଉପରେ କଡ଼ା ଜବାବ ଦେଇଛନ୍ତି । ହିନ୍ଦୁମାନେ ବିବାହ ପାଇଁ ମୁସଲମାନଙ୍କ ଫର୍ମୁଲା ଆପଣାଇବା ଦରକାର ନେଇ ଅଜମଲଙ୍କ ବୟାନ ଉପରେ ଜବାବ ଦେଇ କଲିତ କହିଛନ୍ତି ଯେ, ସେ ବାଂଲାଦେଶ ଚାଲିଯିବା ଦରକାର ।

କଲିତା ଆହୁରି କହିଛନ୍ତି, ଆପଣ ମୁସଲମାନ ଏବଂ ଆମେ ହିନ୍ଦୁ । ଆମେ ପୁଣି ଆପଣଙ୍କ ଠାରୁ ଶିଖିବୁ ? ଏହା ଭାଗବାନ ରାମ ଏବ ଦେବୀ ସୀତାଙ୍କ ଦେଶ । ଏଠାରେ ବାଂଲାଦେଶୀଙ୍କ ପାଇଁ କୌଣସି ସ୍ଥାନ ନାହିଁ । ଆମେ ମୁସଲମାନଙ୍କ ଠାରୁ ଶିଖିବାର ଆବଶ୍ୟକତା ନାହିଁ। ସେ ଆହୁରି କହିଛନ୍ତି ଯେ, ଏହିପରି କଥା କହି ଆପଣ ନିଜ ମାଆ ଏବଂ ଭଉଣୀଙ୍କ ଉପରେ ଅଭିଯୋଗ ଆଣୁଛନ୍ତି । ମୁଁ ଏହାକୁ ନିନ୍ଦା କରୁଛି ଏବଂ ଆପଣଙ୍କୁ ଚେତାବନୀ ଦେଉଛି ଯେ ଏପରି କର ନାହିଁ ନଚେତ ବାଂଲାଦେଶ ଚାଲିଯାଇ ଏପରି କର। ହିନ୍ଦୁ ଏହାକୁ ସ୍ୱୀକାର କରିବେ ନାହିଁ । ରାଜନୀତି ପାଇଁ ଏତେ ତଳକୁ ଖସନ୍ତୁ ନାହିଁ । ମାଆ ଏବଂ ଭଉଣୀଙ୍କ ଗାରିମା ଉପରେ କୁଠାରଘାତ କରନ୍ତୁ ନାହିଁ।

ଅଲ୍ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରଟିକ୍ ଫ୍ରଣ୍ଟ୍ (AIUDF) ମୁଖ୍ୟ ବଦରୁଦ୍ଦୀନ ଅଜମଲ ଶୁକ୍ରବାର ଏକ ବିବାଦୀୟ ବୟାନ ଦେଇଥିଲେ । ହିନ୍ଦୁମାନେ ମୁସଲମାନ ଫର୍ମୁଲା ଆପଣାଇବା ଦରକାର ଏବଂ ନିଜ ପିଲାଙ୍କ ବିବାହ କମ ବୟସରେ କରାଇବା ଦରକାର । ଅଜମଲ କହିଥିଲେ, ମୁସଲମାନ ପୁରୁଷ ୨୦-୨୨ ବର୍ଷରେ ବିବାହ କରୁଛନ୍ତି ଏବଂ ମୁସଲମାନ ମହିଳାମାନେ ମଧ୍ୟ ସରକାରଙ୍କ ଧାର୍ଯ୍ୟ ବୟସ ପରେ ୧୮ ବର୍ଷରେ ବିବାହ କରୁଛନ୍ତି । ଅନ୍ୟପଟେ ହିନ୍ଦୁ ବିବାହ ପୂର୍ବରୁ ଗୋଟିଏ, ଦୁଇଟି କିମ୍ୱା ତିନି ଅବୈଧ ପତ୍ନୀ ରଖୁଛନ୍ତି, ସେମାନେ ପିଲା ଜନ୍ମ କରନ୍ତି ନାହିଁ, ମଜାମସ୍ତି କରନ୍ତି ଏବଂ ଟଙ୍କା ବଞ୍ଚାନ୍ତି ବୋଲି ସେ କହିଥିଲେ।

Related Posts