ଭୁବନେଶ୍ୱର,୧୪/୫(ସତ୍ୟପାଠ ବ୍ୟୁରୋ): ସୋରରେ ପ୍ରାର୍ଥୀ ବଦଳାଇଲା ବିଜେପି ରାଜୁ ଦାସଙ୍କ ସ୍ଥାନରେ ପର୍ଶୁରାମ ଧଡାଙ୍କୁ ଦେଲା ଟିକେଟ। ବିଜେପିର ସୋର ବିଧାନସଭା ପ୍ରାର୍ଥୀ ବଦଳାଇଛି ବିଜେପି। ପୂର୍ବରୁ ରାଜୁ ଦାସଙ୍କୁ ଟିକେଟ ଦିଆଯାଇଥିଲା, କିନ୍ତୁ ଏହାକୁ ପରିବର୍ତ୍ତନ କରି ପର୍ଶୁରାମ ଧଡାଙ୍କୁ ପ୍ରାର୍ଥୀ କରାଯାଇଛି।
ପର୍ଶୁରାମ ଘରବହୁଡ଼ା ପରେ ବିଜେପି ସୋରର ପ୍ରାର୍ଥୀ ପରିବର୍ତ୍ତନ କରିବା ନେଇ ଚର୍ଚ୍ଚା ଜାରିରହିଥିଲା। ତେବେ ଏହାର ଆଜି ଅନ୍ତ ଘଟିଛି ସୋରରେ ପ୍ରାର୍ଥୀ ବଦଳାଇଛି ବିଜେପି ରାଜୁ ଦାସଙ୍କ ସ୍ଥାନରେ ପର୍ଶୁରାମ ଧଡାଙ୍କୁ ଦେଇଛି ଟିକେଟ।
ସୂଚନାଯୋଗ୍ୟ, ୨୦୦୯ରେ ବିଜେପି ଟିକେଟରେ ପ୍ରାର୍ଥୀ ହୋଇ ପର୍ଶୁରାମ ଧଡା ମାତ୍ର ୩୬୦ ଭୋଟରେ ପରାସ୍ତ ହୋଇଥିଲେ । ଏହାପରେ ପଦ୍ମ ଛାଡି ଶଙ୍ଖ ଫୁଙ୍ଖିଥିଲେ । ୨୦୧୪ ଓ ୨୦୧୯ରେ ବିଜେଡି ପ୍ରାର୍ଥୀ ହୋଇ ଦୁଇ ଥର ବିଧାୟକ ହୋଇଥିଲେ । ତେବେ ଏଥର ବିଜେଡି ଟିକେଟ ନ ଦେବାରୁ ପୁଣି ଘରକୁ ବାହୁଡିଛନ୍ତି । ଆଉ ଏହି ପ୍ରତ୍ୟାବର୍ତନ ପରେ ଦଳ ପ୍ରାର୍ଥୀ ପରିବର୍ତନ ନେଇ ଚର୍ଚ୍ଚା ଜୋର ଧରିଛି ।