ରଣପୁର ଓ ପଟାଙ୍ଗୀ ପ୍ରାର୍ଥୀ ବଦଳାଇଲା ବିଜେପି

ଭୁବନେଶ୍ୱର,୧୬/୪(ସତ୍ୟପାଠ ବ୍ୟୁରୋ):  ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ଆଉ ୨୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଦଳ ୧୧୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ସେଥିରୁ ଦୁଇଟିରେ ପ୍ରାର୍ଥୀଙ୍କୁ ବଦଳାଇଛି। ରଣପୁର ଓ ପଟ୍ଟାଙ୍ଗୀରେ ଦଳ ପ୍ରାର୍ଥୀ ବଦଳାଇଛି।

ରଣପୁରରୁ ଦଳ ପ୍ରଥମେ ତାପସ ମାର୍ଥାଙ୍କୁ ପ୍ରାର୍ଥୀ କରିଥିଲା। ତେବେ ଆଜି ପ୍ରକାଶ ପାଇଥିବା ତାଲିକାରେ ତାଙ୍କ ବଦଳରେ ସୁରମା ପାଢ଼ୀଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ପଟ୍ଟାଙ୍ଗୀରେ ଚୈତନ୍ୟ ହନ୍ତାଳଙ୍କ ସ୍ଥାନରେ ଚୈତନ୍ୟ ନନ୍ଦବାଲିଙ୍କୁ ପ୍ରାର୍ଥୀ କରିଛି ଦଳ।

Related Posts