ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା: ମାଆଙ୍କୁ ଉଠେଇ ନେଲା ପୋଲିସ

ଭୁବନେଶ୍ୱର : ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ 6 ଦିନରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି ଅଛି । ସେପଟେ ଝିଅକୁ ନ୍ୟାୟ ଦେବାନେଇ ଧାରଣାରେ ବସିଥିବା ମାଆଙ୍କୁ ଉଠାଇନେଇଛି ପୋଲିସ । ଏହାସହିତ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ସଦସ୍ୟଙ୍କୁ ମଧ୍ୟ ପୋଲିସ୍‌ ଉଠାଇନେଇଥିବା ଜଣାପଡ଼ିଛି । ଉଠାଇନେବାବେଳେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି ।

ଜୋରଜବରଦସ୍ତ ସେମାନଙ୍କୁ ପୋଲିସ୍‌ ଉଠାଇନେଇଥିବା ଦେଖିବାକୁ ମିଳିଛି । ଅତିରିକ୍ତ ଡିସିପି, ଥାନା ଅଧିକାରୀ ଓ ପୋଲିସ ପ୍ଲାଟୁନ ଏମାନଙ୍କୁ ଉଠାଇନେଇଛି । ଅନଶନ ଚାଲିଥିବାରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ କ୍ଷତି ପହଂଚିଥିବାରୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲକୁ ନେଇଛି ପୋଲିସ ।

ସାତ ଦିନ ଧରି ରୁଚିକା ମହାନ୍ତିଙ୍କ ମାଆ ଅନଶନ କରି ବିଜେବି କଲେଜ ଗେଟ ସମ୍ମୁଖରେ ଧାରଣା ଦେଇଛନ୍ତି । ତେବେ ଅନଶନ ଭାଙ୍ଗିବା ସହ ଧାରଣା ବନ୍ଦ କରିବାକୁ ପ୍ରଥମେ ଅତିରିକ୍ତ ଡିସିପି ବୁଝାସୁଝା କରିଥିଲେ । ହେଲେ ରୁଚିକାଙ୍କ ମାଆ ଓ ଅନ୍ୟ ଧାରଣକାରୀମାନେ ହଟି ନଥିଲେ । ଏହାପରେ ବଳ
ପୂର୍ବକ ଉଠାଇନେଇଛି ପୋଲିସ । ଦୀର୍ଘ ସମୟ ଧରି ପୋଲିସ ସହ ରୁଚିକା ମହାନ୍ତିଙ୍କ ମାଆଙ୍କର ଯୁକ୍ତିତର୍କ ହୋଇଥିଲା । ଉଠିବାକୁ ନାରାଜ ହେବାରୁ ପୋଲିସ ସହ ପ୍ରବଳ ବଚସା ହୋଇଥିବା ଜଣାପଡ଼ିଛି ।

Related Posts