ଖୋଲିଲା ରାସ୍ତା ଆରମ୍ଭ ହେଲା ଅମରନାଥ ଯାତ୍ରା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ଶୁକ୍ରବାର ସକାଳେ ୨୭୦ କିଲୋମିଟର ଲମ୍ବା ଜମ୍ମୁ – ଶ୍ରୀନଗର ଜାତୀୟ ରାଜପଥ ଖୋଲିବା ପାରେ ପୁଣି ଅମରନାଥ ଯାତ୍ରା ଆରମ୍ଭ ହୋଇଛି। ସୂଚନା ଅନୁସାରେ ଗତ ରାତି ରେ ପ୍ରବଳ ବର୍ଷା ଫଳରେ ବିଭିନ୍ନ ସ୍ଥାନ ରେ ଭୁଷ୍କଳନ ହୋଇଥିଲା।

ଫଳରେ ରାମବାନ ଜିଲ୍ଲା ର ଏକାଧିକ ସ୍ଥାନ ରେ ରାଜପଥ ଅବରୋଧ ହୋଇଯାଇଥିଲା ଫଳରେ ଜମ୍ମୁ – ଶ୍ରୀନଗର ରାଜପଥ ରାତି ୧ଟା ରୁ ଯାତାୟାତ ବନ୍ଦ ହୋଇଯାଇଥିଲା। ତେବେ NHAI ରାସ୍ତା କୁ ସଫା କରିବା ପରେ ସକାଳ ପ୍ରାୟ ୧୦ ଟା ସମୟ ରୁ ଯାତ୍ରା ପୁଣି ଆରମ୍ଭ ହୋଇଛି। ଗତକାଲି ର ଭୁସ୍କଳନ ରେ ମାଟି ଅତଡ଼ା ଖସି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

Related Posts