ମୋ ବସ୍‌ରୁ ପୁଣି ଚୋରି: ଦମ୍ପତ୍ତିଙ୍କ ଠାରୁ ୪୨ ହଜାର ଟଙ୍କା ଚୋରି

ଭୁବନେଶ୍ୱର : ମୋ ବସ୍‌ରୁ ପୁଣି ଚୋରି । ଚୋର ମାନେ ୪୨ ହଜାର ଟଙ୍କା ଦମ୍ପତିଙ୍କ ଠାରୁ ଚୋରି କରିଛନ୍ତି । ଲୁଟ୍‌ ନେଇ ନୟାପଲ୍ଲୀ ଥାନାରେ ମାମଲା ରୁଜୁ । ପୋଲିସର ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ. ନୟାଗଡ଼ ଅଞ୍ଚଳରେ ବିରଞ୍ଚି ସେଠୀ । ସେ ଜଣେ ଡ୍ରାଇଭର ହିସାବରେ କାମ କରନ୍ତି । ଭୁବନେଶ୍ୱର ଭିଏସ୍‌ଏସ୍‌ ନଗରରେ ରୁହନ୍ତି । ବନ୍ଧକ ସୁନା ମୁକାଳିବାକୁ ଯାଉଥିଲେ ବିରଞ୍ଚି । ମୋ ବସ୍‌ ଯୋଗେ ବାଣୀବିହାରରୁ ଖଣ୍ଡଗିରି ଯିବା ବାଟରେ ନୟାପଲ୍ଲୀ ନିକଟରେ ଲୁଟ୍‌ର ଶିକାର ହୋଇଛନ୍ତି ବିରଞ୍ଚି । କେହି ଦୁର୍ବୃତ୍ତ ତାଙ୍କ ପାଖରେ ରଖିଥିବା ୪୨ ହଜାର ଟଙ୍କାକୁ ନେଇ ଚମ୍ପଟ ମାରିଛି । ଯାହାକୁ ନେଇ ବିରଞ୍ଚି ନୟାପଲ୍ଲୀ ଥାନାରେ ବିରଞ୍ଚି ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ନୟାପଲ୍ଲୀ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ତେବେ ବିଗତ କିଛି ଦିନ ମଧ୍ୟରେ ମୋ ବସ୍‌ରୁ ଏହିପରି ଅନେକ ଲୁଟ୍‌ ଘଟଣା ସାମ୍ନାକୁ ଆସୁଛି । କିଛି ଦିନ ତଳେ ଜଣେ ଯାତ୍ରୀ ଲୁଟ୍‌ର ଶିକାର ହୋଇଥିବା ବେଳେ ଆଜି ଆଉ ଏକ ଘଟଣା ସାମ୍ନାକୁ ଆସିଛି ।

Related Posts