ଦଳରେ ମିଶୁ ମିଶୁ ଟିକେଟ୍‍ : କନ୍ଧମାଳରୁ ଖାରବେଳ, କଟକରୁ ପ୍ରକାଶ ମିଶ୍ର

ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା

ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି | କନ୍ଧମାଳ ଲୋକସଭା ପ୍ରାର୍ଥୀ ହେଲେ ଖାରବେଳ ସ୍ୱାଇଁ | କଟକ ଆସନରୁ ଲଢ଼ିବେ ପ୍ରକାଶ ମିଶ୍ର | ଝାରସୁଗୁଡା ବିଧାନସଭା ଆସନରୁ ଲଢ଼ିବେ ଦୀନେଶ ଜୈନ | ରେଢ଼ାଖୋଲରୁ ଦେବେନ୍ଦ୍ର ମହାପାତ୍ର, ଭଣ୍ଡାରିପୋଖରୀରୁ ଲଢ଼ିବେ ବଦ୍ରିନାରାୟଣ ଧଳ, ଭଦ୍ରକ ବିଧାନସଭା ଆସନରୁ ଲଢ଼ିବେ ପ୍ରଦୀପ ନାୟକ, ଫୁଲବାଣୀ ଦେବ ନାରାୟଣ ପ୍ରଧାନ, ପାରାଦୀପରୁ ସମ୍ପଦ ସ୍ୱାଇଁ, ଜୟଦେବରୁ ନରେନ୍ଦ୍ର ନାୟକ, ଜଟଣୀରୁ ବିଶ୍ୱରଂଜନ ବଡ଼ଜେନା ଏବଂ ବେଗୁନିଆରୁ ଋଷଭ ନନ୍ଦ | ଖାରବେଳ ସ୍ୱାଇଁ ଏବଂ ଦେବା ନାରାୟଣ ପ୍ରଧାନ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲଢ଼ିବାବେଳେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଧାନସଭା ପ୍ରାର୍ଥୀ ଅଛନ୍ତି ପ୍ରକାଶ ମିଶ୍ର, ଦେବେନ୍ଦ୍ର ମହାପାତ୍ର, ଦୀନେଶ ଜୈନ, ନରେନ୍ଦ୍ର ନାୟକ, ବିଶ୍ୱରଂଜନ ବଡ଼ଜେନା ଏବଂ ଋଷଭ ନନ୍ଦ |

Related Posts