ପଦ୍ମ ଧରିଲେ ଖାରବେଳ

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ପଦ୍ମ ଧରିଲେ ଖାରବେଳ ସ୍ୱାଇଁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆଜି ବିଜେପିରେ ମିଶିଲେ । ରାଜ୍ୟ କାର‌୍ୟ୍ୟାଳୟରେ ବିଧିବଦ୍ଧ ଭାବରେ ସେ ପଦ୍ମ ଧରିଛନ୍ତି । ଖାରବେଳ ସ୍ୱାଇଁ କନ୍ଧମାଳ ଲୋକସଭା ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ନିର୍ବାଚନରେ ସେ ବିଜେଡିକୁ କଡା ଟକ୍କର ଦେବେ ବୋଲି କହିଛନ୍ତି ।

ପୂର୍ବରୁ ଖାରବେଳ କହିଥିଲେ ଯେ, ବିଜେପି ବୈଜୟନ୍ତଙ୍କୁ ନେବା ସ୍ପଷ୍ଟ କରୁଛି ଯେ ବିଜେପି ବର୍ତ୍ତମାନ ବିଜେଡି ସହ ଲଢେଇ କରିବାକୁ ପ୍ରସ୍ତୁତ । ସେ ପୂର୍ବରୁ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହଙ୍କ ସହ ଆଲୋଚନା କରିଥିଲେ । ରାଜ୍ୟରେ ଚାଲିଥିବା ଦୁର୍ନୀତିଗ୍ରସ୍ତ ସରକାରଙ୍କୁ ଗାଦିଚ୍ୟୁତ କରିବାକୁ ସେ ବିଜେପି ସହ ବୁଝାମଣା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ । ଶେଷରେ ସେ ବିଜେପିରେ ମିଶିଛନ୍ତି ।

Related Posts