କଟକରୁ ଭର୍ତ୍ତୃହରି ମହତାବ, ଯାଜପୁର ଓ କନ୍ଧମାଳ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

 

ଭୁବନେଶ୍ୱର,୩୦/୩(ସତ୍ୟପାଠ ବ୍ୟୁରୋ): ଭାରତୀୟ ଜନତା ପାର୍ଟି ଆଜି ଓଡ଼ିଶାର ୩ଟି ଲୋକସଭା କ୍ଷେତ୍ର ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଛି। କଟକ ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେପି ଭର୍ତ୍ତୃହରି ମହତାବଙ୍କୁ ଟିକେଟ୍‌ ଦେଇଛି। ଭର୍ତ୍ତୃହରି ମହତାବ ବିଜେଡିର ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କୁ ମୁକାବିଲା କରିବେ।

ବିଜେପି କନ୍ଧମାଳ ଲୋକସଭା କ୍ଷେତ୍ର ପାଇ ସୁକାନ୍ତ କୁମାର ପାଣିଗ୍ରାହୀ ଓ ଯାଜପୁର ପାଇଁ ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ଟିକେଟ୍‌ ଦେଇଛି।

ସୂଚନାଯୋଗ୍ୟ, ବିଜେପି ପୂର୍ବରୁ ୧୮ଟି ଲୋକସଭା ଆସନରେ ନିଜର ପ୍ରାର୍ଥୀ ଘୋଷଣା କରିଥିଲା। ବିଜେପି ଭୁବନେଶ୍ବରରେ ଅପରାଜିତା ଷଡ଼ଙ୍ଗୀ, ଢେଙ୍କାନାଳରେ ରୁଦ୍ର ନାରାୟଣ ପାଣି, ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନ, ବରଗଡ଼ରେ ପ୍ରଦୀପ ପୁରୋହିତ. ବଲାଙ୍ଗୀରରେ ସଂଗୀତା ସିଂହଦେହ, କଳାହାଣ୍ଡିରେ ମାଳବିକା କେଶରୀ, ନବରଗଂପୁରରେ ବଳଭଦ୍ର ମାଝୀ, କୋରାପୁଟରେ କାଳୀରାମ ମାଝୀ, ବ୍ରହ୍ମପୁରରେ ପ୍ରଦୀପ ପାଣିଗ୍ରାହୀ, ଆସିକାରେ ଅନିତା ଶୁଭଦର୍ଶିନୀ, ପୁରରେ ସମ୍ବିତ ପାତ୍ର, ଜଗତସିଂହପୁରରେ ବିଭୂ ପ୍ରସାଦ ତରାଇ, କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡା, ଭଦ୍ରକରେ ଅଭିମନ୍ୟୁ ସେଠୀ, ବାଲେଶ୍ବରରେ ପ୍ରତାପ ଷଡ଼ଙ୍ଗୀ, କେନ୍ଦୁଝରରେ ଅନନ୍ତ ନାୟକ, ମୟୂରଭଂଗରେ ନବଚରଣ ମାଝୀ ଓ ସୁନ୍ଦରଗଡ଼ରେ ଜୁଏଲ ଓରାମଙ୍କୁ ପ୍ରାର୍ଥୀ କରିଥିଲା।

ଅନ୍ୟପଟରେ ବିଜେଡି ଏପର୍ଯ୍ୟନ୍ତ ୧୫ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଭୁବନେଶ୍ବରରେ ମନ୍ମଥ ରାଉତରାୟ, କଟକରେ ସଂତୃପ୍ତ ମିଶ୍ର, ଢେଙ୍କାନାଳରେ ଅବିନାଶ ସାମଲ, ସମ୍ବଲପୁରରେ ପ୍ରଣବ ପ୍ରକାଶ ଦାସ, କଳାହାଣ୍ଡିରେ ଲମ୍ବୋଦର ନିଆଳ, ନବରଂଗପୁରରେ ପ୍ରଦୀପ ମାଝୀ, କୋରାପୁଟରେ କୌଶଲ୍ୟା ହିକ୍‌କା, ‌କନ୍ଧମାଳରେ ଅଚ୍ୟୁତ ସାମଲ, ଆସିକାରେ ରଂଜିତା ସାହୁ, ପୁରୀରେ ଅରୂପ ପଟ୍ଟନାୟକ, ଜଗତସିଂହପୁରରେ ରାଜଶ୍ରୀ ମଲ୍ଲିକ, କେନ୍ଦ୍ରାପଡ଼ାରେ ଅଂଶୁମାନ ମହାନ୍ତି, ଯାଜପୁରରେ ଶର୍ମିଷ୍ଠା ସେଠୀ, ମୟୂରଭଂଜରେ ସୁଦାମ ମାର୍ଣ୍ଣିଂ ଓ ସୁନ୍ଦରଗଡ଼ରେ ଦିଲୀପ ତିର୍କୀ ବିଜେଡି ଟିକେଟ ପାଇଛନ୍ତି।

Related Posts