ରାଜ୍ୟରେ ଏପ୍ରିଲ ୨ରୁ ସକାଳୁଆ ସ୍କୁଲ

 

ଭୁବନେଶ୍ୱର,୩୧/୩(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବଦଳିଲା ସ୍କୁଲର ସମୟ । ଏପ୍ରିଲ ୨ରୁ ସକାଳୁଆ ସ୍କୁଲ ଆସିବେ ଛାତ୍ରଛାତ୍ରୀ । ସକାଳ ୭ଟାରୁ ସାଢ଼େ ୧୧ଟା ଯାଏ ପାଠପଢ଼ା ହେବ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ଏହି ନିୟମ ଲାଗୁ କରିଛନ୍ତି ରାଜ୍ୟ ସରକାର । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି ।

ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ଗରମକୁ ଦୃଷ୍ଟିରେ ରଖି ସ୍କୁଲରେ ଶୁଦ୍ଧ ପାନୀୟ ଜଳ ସହ ଓଆରଏସ ପ୍ୟାକେଟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପାଣିପାଗର ସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକ ପଡ଼ିଲେ ସ୍କୁଲର ସମୟ ପରିବର୍ତନ କରିପାରିବେ ଜିଲ୍ଲାପାଳ । ବର୍ତମାନ ରାଜ୍ୟରେ ଉପର ମୁହାଁ ହୋଇଛି ପାରଦ । କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ତେଣୁ ପିଲାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ପାଇଁ ନିଷ୍ପତ୍ତିି ନେଇଛନ୍ତି ସରକାର ।

Related Posts