
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସୋନିଆ ଗାନ୍ଧିଙ୍କ ବିରୋଧରେ ଆସିଲା ସ୍ବାଧିକାର ଭଙ୍ଗ ନୋଟିସ୍ । ସ୍ବାଧୀକାର ଭଙ୍ଗ ନୋଟିସ ଆଣିଲା ବିଜେପି। ରାଷ୍ଟ୍ରପତିଙ୍କ ବାବଦରେ ଅପମାନସୂଚକ ମନ୍ତବ୍ୟ ପାଇଁ ସୋନିଆଙ୍କ ବିରୋଧରେ ବିଜେପି ସାଂସଦ ସ୍ବାଧିକାର ଭଙ୍ଗ ନୋଟିସ୍ ଆଣିଛନ୍ତି । ଏନେଇ ରାଜ୍ୟସଭା ଅଧକ୍ଷଙ୍କୁ ଚିଠି ଲେଖାଯାଇଛି । ସେହିପରି ସାଂସଦ ପପୁ ଯାଦବଙ୍କ ବିରୋଧରେ ମଧ୍ୟ ସ୍ବାଧିକାର ଭଙ୍ଗ ନୋଟିସ୍ ଆସିଛି।
ତେବେ ବଜେଟ୍ ଅଧିବେଶନର ପ୍ରଥମ ଦିବସରେ ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ପରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କୁ ‘ପୋର୍ ଲେଡି’ ବୋଲି କହିବା ମନ୍ତବ୍ୟକୁ ନେଇ ରାଜନୀତି ସରଗରମ ହୋଇଥିଲା। ଏଉ ଏବେ ଏହି ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ ଆଣିଛି ବିଜେପି । ସେହିପରି ବିହାରରୁ ସ୍ୱାଧୀନ ସାଂସଦ ପପୁ ଯାଦବ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଗଣମାଧ୍ୟମକୁ କହିଥିଲେ, ରାଷ୍ଟ୍ରପତି ହେଉଛନ୍ତି କେବଳ ଷ୍ଟାମ୍ପ। ସେ କେବଳ ଆଉ କାହାର ଲଭ ଲେଟ୍ର ପଢୁଥିଲେ । ତାଙ୍କର ଏହି ବୟାନକୁ ନେଇ ମଧ୍ୟ ବିବାଦ ଦେଖାଦେଇଥିଲା ।