ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଜେପି ସାଂଗଠନିକ ସ୍ତରରେ ବଡ଼ ଅଦଳବଦଳ । ୪ଟି ରାଜ୍ୟରେ ରାଜ୍ୟ ସଭାପତିଙ୍କ ପରିବର୍ତ୍ତନ । ଘୋଷଣା କଲେ ନୂଆ ସଭାପତିଙ୍କ ନାମ । ତେବେ ଦିଲ୍ଲୀରେ ବୀରେନ୍ଦ୍ର ସଚଦେବଙ୍କ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ହର୍ଷ ମାଲହୋତ୍ରାଙ୍କୁ ଦାୟିତ୍ୱ ଦିଆଯାଇଛି। ଏହା ସହିତ, ବିଜେପି ପଞ୍ଜାବ, ହରିୟାଣା ଏବଂ ତ୍ରିପୁରାର ନୂତନ ରାଜ୍ୟ ସଭାପତିଙ୍କ ନାମ ଘୋଷଣା କରିଛି।

ବିଜେପିର ଜାତୀୟ ସାଧାରଣ ସମ୍ପାଦକ ଏହି ନିଯୁକ୍ତି ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ବିଜେପିର ଜାତୀୟ ସାଧାରଣ ସମ୍ପାଦକ କହିଛନ୍ତି,ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ହର୍ଷ ମାଲହୋତ୍ରାଙ୍କୁ ଭାଜପାର ଦିଲ୍ଲୀ ୟୁନିଟର ସଭାପତି ଭାବରେ ନିଯୁକ୍ତ କରିଛନ୍ତି। ତାଙ୍କର ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ ହେବ। ଡକ୍ଟର ଅର୍ଚ୍ଚନା ଗୁପ୍ତାଙ୍କୁ ହରିୟାଣା ୟୁନିଟର ନେତୃତ୍ୱ ଦାୟିତ୍ୱ ଦିଆଯାଇଛି। ସେହିପରି ସର୍ଦ୍ଦାର କେୱଲ ସିଂହ ଢିଲୋଙ୍କୁ ପଞ୍ଜାବ ୟୁନିଟର ଦାୟିତ୍ୱ ଦିଆଯାଇଛି ଏବଂ ଅଭିଷେକ ଦେବରୟଙ୍କୁ ତ୍ରିପୁରା ୟୁନିଟର ଦାୟିତ୍ୱ ଦିଆଯାଇଛି ।