ବିଜେପିର ମିଶନ ୨୦୨୪; ବିଜୁଳି ଦର ବୃଦ୍ଧି, ବେକାରୀ ସମସ୍ୟା, ମହାନଦୀ ଆଦି ପ୍ରସଙ୍ଗରେ ଚିଠା ପ୍ରସ୍ତାବ ଉପରେ ଆଲୋଚନା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେପିର ମିଶନ ୨୦୨୪ । ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଚାଳିଛି ବିଜେପିର ମାନସ ମନ୍ଥନ । ଏଥିରେ ରାଜ୍ୟ ସଭାପତିଙ୍କ ସହ ବରିଷ୍ଠ ନେତା ଯୋଗ ଦେଇଛନ୍ତି । ୨୦୨୪ ପାଇଁ ଖସଡ଼ା ପ୍ରସ୍ତୁତି ସହ ରଣନୀତି ପ୍ରସ୍ତୁତ ହୋଇଛି । ଏଥିରେ ବିଜେପିର ରାଜୈନିକ ଚିଠା ପ୍ରସ୍ତାବ ଦିଆଯାଇଛି । ୨୦୨୪ ସାଧାରଣ ନିର୍ବାଚନ ପାଇଁ ଦଳ କେଉଁ କେଉଁ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖରେ ପହଁଚିବ ସେନେଇ ଚିଠା ପ୍ରସ୍ତୁତ ହୋଇଛି ।

ଓଡିଶାର ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ଲଢେଇ କରିବ ଦଳ । ଦୁର୍ନୀତି, ଭ୍ରଷ୍ଟାଚାର ବିରୁଦ୍ଧରେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବ ରାଜ୍ୟ ବିଜେପି । ଏନେଇ କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା ହୋଇଛି । ବୈଠକ ପରେ ରାଜ୍ୟ ସରାକରଙ୍କୁ ଟାର୍ଗେଟ କରିଛି ଦଳ ।

Related Posts