
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଏବେ ସାଧାରଣ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏହାରି ମଧ୍ୟରେ ପୁଣି ଥରେ ବିତାଣ୍ଡ ଯୁକ୍ତି ଦେଇ ବିବାଦ ଘେରକୁ ଆସିଛନ୍ତି ବିଜେପି ସାସଂଦ ପ୍ରଜ୍ଞା ଠାକୁର। ମଙ୍ଗଳବାର ଭୋପାଳରେ ଏକ କାର୍ଯ୍ୟକ୍ରମରେ ପ୍ରଜ୍ଞା ଠାକୁର କହିଛନ୍ତି ଯେ , ” ପେଟ୍ରୋଲ ଏବଂ ଡିଜେଲ ମହଙ୍ଗା ନୁହେଁ।ଏସବୁ ହେଉଛି କଂଗ୍ରେସର ପ୍ରପୋଗେଣ୍ଡା। “
ତେବେ ବିଜେପି ସାଂସଦଙ୍କ ଏଭଳି ମନ୍ତବ୍ୟକୁ ନେଇ ଏବେ ସେ ସମାଲୋଚନାର ଶିକାର ହୋଇଛନ୍ତି। ତେବେ କଂଗ୍ରେସ ନେତା ଶ୍ରୀନିବାସ ପ୍ରଜ୍ଞା ଠାକୁରଙ୍କ ଏହି ଭିଡିଓ ସେୟାର କରି ଲେଖିଛନ୍ତି- ” ଦେଖନ୍ତୁ ବର୍ତ୍ତମାନ ଘୋଷଣା ହୋଇଗଲା , ନା ପେଟ୍ରୋଲ ମହଙ୍ଗା ନା ଡିଜେଲ .. Sab Changa Si !!”
ସୂଚନାଯୋଗ୍ୟ ଯେ ମଧ୍ୟପ୍ରଦେଶରେ ପେଟ୍ରୋଲ ଦର ଏବେ ୧୧୦ ପାର କରିଛି। ଏଥି ସହିତ ମଧ୍ୟପ୍ରଦେଶର ଅନେକ ସହରରେ ଡିଜେଲ ଦର ୧୦୦ ଟଙ୍କାରୁ ଅଧିକ । ଗୋଟିଏ ପଟେ କରୋନା ମହାମାରୀ ସଙ୍କଟ ଏବଂ ଅନ୍ୟ ପକ୍ଷରେ ପେଟ୍ରୋଲ ଏବଂ ଡିଜେଲର ଅହେତୁକ ଦର ବୃଦ୍ଧି ସାଧାରଣ ଲୋକଙ୍କ ସମସ୍ୟା ବଢାଇଦେଇଛି।
କିନ୍ତୁ ବିଜେପି ସାଂସଦ ଏହାକୁ ମହଙ୍ଗା ବୋଲି ସ୍ବୀକାର ନକରି ଓଲଟି , ଏଥିପାଇଁ ସେ କଂଗ୍ରେସ ପାର୍ଟିକୁ ଦାୟୀ କରୁଛନ୍ତି। ତେବେ ବିବାଦୀୟ ବୟାନ ଦେଇ ପୂର୍ବରୁ ମଧ୍ୟ ବିବାଦରେ ଅଛନ୍ତି ବିଜେପି ସାଂସଦ ପ୍ରଜ୍ଞା ଠାକୁର। ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲ ଉପରେ ଏଭଳି ବିବାଦୀୟ ମନ୍ତବ୍ୟ ଦେଇ ସୋସିଆଲ ମିଡିଆରେ ଟ୍ରୋଲ୍ ର ଶୀକାର ହୋଇଛନ୍ତି ବିଜେପି ସାଂସଦ ପ୍ରଜ୍ଞା ଠାକୁର।