ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ରାଜ୍ୟସଭା ପାଇଁ ଦେବାଶିଷ ସାମନ୍ତରାୟଙ୍କୁ ପ୍ରାର୍ଥୀ କଲା ବିଜେପି। ବିଜେପିରୁ ଟିକଟ ମିଳିବା ପରେ ଦେବାଶିଷ ସାମନ୍ତରାୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ବିଜେପି ମୋ ଉପରେ ଭରସା ରଖିଛି। ରାଜ୍ୟର ବିକାଶ ପାଇଁ ଯାହା ଦରକାର ତାହା କରିବି। ସୂଚନାଯୋଗ୍ୟ, ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ୨୭ଟି ରାଜ୍ୟସଭା ଆସନ ଓ ୩ଟି ରାଜ୍ୟରେ ବିଧାନ ପରିଷଦ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି।

ସୋମବାର ଘୋଷଣା ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ଜୁନ୍‌ ୧୮ରେ ମତଦାନ ଅନୁଷ୍ଠିତ ହେବ। ନିର୍ବାଚନ କମିସନ ଅନୁଯାୟୀ, ସମସ୍ତ ନିର୍ବାଚନ ପାଇଁ ମତଦାନ ଜୁନ୍ ୧୮ ତାରିଖ ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭୋଟ ଗଣତି ସେହି ଦିନ ସନ୍ଧ୍ୟା ୫ଟାରୁ କରାଯିବ।